ପୁରୁଣା ଭୁବନେଶ୍ୱର : ଆଜି ଥିଲା କାର୍ତିକ ମାସର ପ୍ରଥମ ସୋମବାର। ଏଥି ପାଇଁ ଏକାମ୍ର କ୍ଷେତ୍ରର ବିଭିନ୍ନ ଶୈବ ପୀଠରେ ହବିଷ୍ୟାଳିଙ୍କ ସମେତ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଜମିଥିଲା। ଆଜି ହବିଷ୍ୟାଳିମାନେ ଭୋର ୪ଟାରୁ ଉଠି ସ୍ନାନ କରି ପ୍ରଥମେ ତୁଳସୀ ଗଛ ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏହା ପରେ ସ୍ନାନ ସାରି ସୂର୍ଯ୍ୟଙ୍କୁ ପାଣି ଦେଇ ତୁଳସୀ ପାଣି ପାଇଥିଲେ। ଦେହରେ ଓ ମୁହଁରେ ତିଳକ ଲଗାଇ ଭାଗବତ ପାଠ କରିଥିଲେ। ଏହା ପରେ ଅନନ୍ତ ବାସୁଦେବଙ୍କ ଦର୍ଶନ ସାରି ତୁଳସୀ ଚଉରା ମୂଳେ ମୁରୁଜ ପକାଇଥିଲେ। ମୁରୁଜରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ରାଧାକୃଷ୍ଣ, ଗରୁଡ଼ ଆଦି ତିଆରି କରି ରାଧାକୃଷ୍ଣ ଓ ଶିବ ପାର୍ବତୀଙ୍କ ଫଟୋକୁ ପୂଜା କରିଥିଲେ। ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଯାଇ ଦେବଦେବୀଙ୍କୁ ଦର୍ଶନ କରି ସଞ୍ଜ ବଳିତା ଦେଇ ଆଳତି କରିଥିଲେ। ଏହା ପରେ ମହାପ୍ରଭୁଙ୍କ ଦର୍ଶନ ସାରି ଅବଢ଼ା ନେଇ ରହୁଥିବା ସ୍ଥାନକୁ ଫେରିଥିଲେ। ରହୁଥିବା ସ୍ଥାନରେ ସନ୍ଧ୍ୟା ଆଳତି କରି ଗୀତା ଭାଗବତ ପାଠ କରି ରାତି ୯ଟାରେ ପ୍ରସାଦ ସେବନ କରିଥିଲେ। ତେବେ ଶ୍ରୀଲିଙ୍ଗରାଜ ମନ୍ଦିର ଆଜି ଭୋର ୬ଟାରେ ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ମନ୍ଦିରରେ ଧାଡ଼ି ବାନ୍ଧି ଯିବା ପାଇଁ ବ୍ୟାରିକେଡ୍ କରାଯିବା ସହ ଶାନ୍ତି ଶୃଙ୍ଖଳା ପାଇଁ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଥିଲା। ତେବେ ଦିନ ତମାମ୍ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଦର୍ଶନ ପାଇଁ ଧାଡ଼ିରେ ଛିଡ଼ା ହୋଇଥିଲେ। ଅପରାହ୍ଣରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦାମୋଦର ବେଶ କରାଯାଇଥିଲା।
କାର୍ତିକ ମାସ ପ୍ରଥମ ସୋମବାର : ଏକାମ୍ର କ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼
/sambad/media/post_attachments/wp-content/uploads/2018/10/linga.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)