ଭୁବନେଶ୍ବର: ସ୍ପୋର୍ଟ୍ସ ଆସୋସିଏସନ୍‌ କପିଳପ୍ରସାଦ ସୁନ୍ଦରପଦା (ସାକ୍ସ) ଆନୁକୂଲ୍ୟରେ ଚାଲିଥିବା ହାଡ଼ିବନ୍ଧୁ ସତ୍ୟବାଦୀ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାରେ ଆଚିଭର ଏକାଦଶ ଓ ସିଲେଟ୍‌ ରୟାଲ୍ସ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସୋମବାର ପ୍ରଥମ କ୍ବାର୍ଟର୍‌ ଫାଇନାଲ୍‌ରେ ଆଚିଭର୍‌ ୮ ରନ୍‌ରେ ପୁଲିସ ଏକାଦଶକୁ ପରାସ୍ତ କରିଥିଲା। ଆଚିଭର୍‌ ନିର୍ଦ୍ଧାରିତ ୧୬ ଓଭର୍‌ରେ ଅକ୍ଷୟ ବଡ଼ଜେନାଙ୍କ ୩୭ରନ୍‌ର ସହାୟତାରେ ୧୨୪ ରନ୍‌ କରିଥିଲା। ଜବାବରେ ପୁଲିସ ଦଳ ୧୫ଓଭର୍‌ରେ ୧୧୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

Advertisment

ବିଜୟୀ ଦଳର ମୀର୍‌ ଅଲ୍ଲୀ (୩ ୱିକେଟ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦ୍ବିତୀୟ କ୍ବାର୍ଟରଫାଇନାଲ୍‌ରେ ସିଲେଟ୍‌ ରୟାଲ୍ସ ୫୪ ରନ୍‌ରେ ମ୍ୟାଜିକ୍‌ ଏକାଦଶକୁ ମାତ୍‌ ଦେଇଥିଲା। ତାପସ ମହାପାତ୍ରଙ୍କ ୬୩ରନ୍‌ ବଳରେ ସିଲେଟ ରୟାଲ୍ସ ନିର୍ଦ୍ଧାରିତ ୧୬ ଓଭରରେ ୧୨୭ ରନ୍‌ କରିଥିଲା। ଜବାବରେ ମ୍ୟାଜିକ୍‌ ଏକାଦଶ ୭୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ତାପସ ମହାପାତ୍ର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ମ୍ୟାଚ୍‌ଗୁଡ଼ିକୁ ପ୍ରଶାନ୍ତ ଶୁକ୍ଳା, ଆଶିଷ ପଟ୍ଟନାୟକ, ଚିତ୍ତରଂଜନ ମହପାତ୍ର ଓ ଡମ୍ବୁରଧର ମିଶ୍ର ପରିଚାଳନା କରିଥିଲେ।