ଭୁବନେଶ୍ୱର: ଦିବ୍ୟାଙ୍ଗ ମାନେ ସମାଜରେ କେବେ ବି ଅଲୋଡ଼ା ନୁହନ୍ତି। ଭଗବାନ ସେମାନଙ୍କ ମଧ୍ୟରେ କିଛି ସ୍ୱତନ୍ତ୍ର ଗୁଣ ଦେଇ ସେମାନଙ୍କୁ ଦୁନିଆକୁ ପଠାଇଛନ୍ତି। ଏହାକୁ ନିଜ ଭିତରେ ଆବିଷ୍କାର କରିବାକୁ ହେବ। ଆଜି ଇଡକଲ୍‌ ଅଡିଟୋରିୟମଠାରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତୀକରଣ ବିଭାଗ ପକ୍ଷରୁ ଦିବ୍ୟାଙ୍ଗ ଚଳଚ୍ଚିତ୍ର ପ୍ରଦର୍ଶନୀ ଉତ୍ସବରେ ଏମିତି ପ୍ରେରଣାରେ ବାର୍ତା ସମସ୍ତ ଦିବ୍ୟାଙ୍ଗଙ୍କ ହୃଦୟକୁ ଛୁଇଁଥିଲା। ପରଦା ଉପରେ ସେମାନେ ନିଜର କାହାଣୀ ଦେଖି ନିଜ ଆତ୍ମବିଶ୍ୱାସକୁ ବେଶ ଦମ୍ଭ ଦେଇଥିଲେ। ଦ ଲାଇଫ୍‌ ଓ୍ଵିଥ୍‌ ଡିଗ୍‌ନିଟି, ଦ ଡିଗ୍‌ନିଟି, ସି ମାଇଁ ଆବିଲିଟି, ଆଇ ଆମ୍‌ ଲାଇକ୍‌ ୟୁ, ଥକାନ୍‌ ସେ ଆଗେ ପରି ୭୫ ରୁ ଅଧିକ ସିନେମା ପ୍ରଦର୍ଶିତ ହୋଇଥିଲା। ସକାଳରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଓ୍ଵି ଫର୍‌ ୟୁ ଏହି ଉତ୍ସବର ପରିଚାଳକ ରହିଛନ୍ତି। ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ଅଭୟ ମହାନ୍ତି କହିଛନ୍ତି, ଦୁଇ ଦିନରେ ପାଞ୍ଚ ଶହରୁ ସାତ ଶହ ଛାତ୍ରଛାତ୍ରୀ ଏହି ପ୍ରେରଣାଦାୟୀ ଚଳଚ୍ଚିତ୍ରଗୁଡ଼ିକୁ ଉପଭୋଗ କରିପାରିବେ। ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏହି ଉତ୍ସବର ଉଦ୍‌ଘାଟନ କରିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ନିିତିନ୍‌ଚନ୍ଦ୍ରା, ନିର୍ଦେଶକ ମାନ୍‌ସି ନିମ୍ବଲ ପ୍ରମୁଖ ଉପସ୍ଥିତ ଥିଲେ।