୩ ଦଫା ଦାବିରେ ଦିବ୍ୟାଙ୍ଗମାନଙ୍କ ଧାରଣା

ଭୁବନେଶ୍ୱର: ୩ଦଫା ଦାବି ନେଇ ଆଜି ଦିବ୍ୟାଙ୍ଗମାନେ କ୍ୟାପିଟାଲ ହସ୍ପିିଟାଲ ପରିସରରେ ଥିବା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶାକ୍ତୀକରଣ ବିଭାଗ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସତ୍ୟନଗର ସ୍ଥିତ ଦୃଷ୍ଟିହୀନ ସଂଘରେ ଚାଲିଥିବା କଲ୍ୟାଣ ମଣ୍ଡପକୁ ବନ୍ଦ କରିବା, ସଂଘର ନିୟମ ଅନୁଯାୟୀ ଠିକ୍‌ ସମୟରେ ଦିବ୍ୟାଙ୍ଗଙ୍କ ନିର୍ବାଚନ କରିବା ଆଦି ୩ଦଫା ଦାବିନେଇ ଦିବ୍ୟାଙ୍ଗମାନେ ବିଭାଗ ସମ୍ମୁଖରେ ନାରାବାଜି କରିଥିଲେ। ତେବେ ଦାବିଗୁଡ଼ିକ ଉପରେ ଆଲୋଚନା କରାଯାଇ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ଯୁଗ୍ମସଚିବ ଦେବ ପ୍ରସାଦ ଦାସ ଓ ଅତିରିକ୍ତ ସଚୀବ ଅଜୟ କୁମାର ସ୍ୱାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ଧାରଣାରୁ ଉଠିଥିଲେ। ଯଦି ଦାବି ପୂରଣ କରା ନଯାଏ ତେବେ ଆଗାମୀଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଦିବ୍ୟାଙ୍ଗମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର