କବିତା ସଂକଳନ ‘ତୁମ ପାଇଁ’ ରାଜ୍ୟପାଳଙ୍କୁ ପ୍ରଦାନ

ଭୁବନେଶ୍ୱର: ଶିକ୍ଷୟିତ୍ରୀ, ସୁଲେଖିକା ତଥା ସୁସଂଗଠିକା ଜ୍ୟୋତ୍ସ୍ନାରାଣୀ ନାୟକ ତାଙ୍କ କବିତା ସଂକଳନ ‘ତୁମ ପାଇଁ’ ରାଜଭବନଠାରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କୁ ପ୍ରଦାନ କରିଛନ୍ତି। ଏହି ଉତ୍ସବରେ ପୁତ୍ର ଅରୋ ସୁମନ ଏବଂ ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନା ଉପସ୍ଥିତ ଥିଲେ। ପୁସ୍ତକଟି ଲୋକାଦୃତ ହେବ ବୋଲି ରାଜ୍ୟପାଳ ପ୍ରଫେସର ଲାଲ୍‌ ଆଶାପ୍ରକଟ କରିଛନ୍ତି।

ଉକ୍ତ କବିତା ସଂକଳନ ହେଉଛି ଜ୍ୟୋତ୍ସ୍ନାରାଣୀଙ୍କ ତୃତୀୟ ପ୍ରକାଶିତ ପୁସ୍ତକ। ଏହି ୧୩୬ପୃଷ୍ଠା ବିଶିଷ୍ଟ ପୁସ୍ତକରେ ୧୨୨ଟି କ୍ଷୁଦ୍ର କବିତା ସ୍ଥାନ ପାଇଛି।

ସମ୍ବନ୍ଧିତ ଖବର