ଭୁବନେଶ୍ୱର: ସହିଦନଗରସ୍ଥିତ ଏକ ଘରୁ ଗୁରୁବାର ଜଣେ ଯୁବକଙ୍କ ଝୁଲନ୍ତା ଶବକୁ ସହିଦନଗର ଥାନା ପୁଲିସ ଜବତ କରିଛି। ମୃତକଙ୍କ ନାମ ଉପେନ୍ଦ୍ର ସେନାପତି(୩୯)। ଘର କଟକ ଜିଲ୍ଲା ନିଆଳି ଥାନା ଅଞ୍ଚଳରେ। ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ସୂଚନା ମୁତାବକ, ଆର୍ଥିକ ସମସ୍ୟା ଯୋଗୁଁ କିଛି ମାସ ତଳେ ଉପେନ୍ଦ୍ର ପରିବାର ସହ ନିଆଳିରୁ ଭୁବନେଶ୍ୱର ଚାଲି ଆସିଥିଲେ। ଏଠାରେ ସହିଦନଗର ପ୍ଲଟ୍ ନମ୍ବର-ଏ/୧୬୩ରେ ରହି ଏକ ଘରୋଇ ସଂସ୍ଥାର ଗାଡ଼ି ଚଲାଉଥିଲେ। ତେବେ ଉପେନ୍ଦ୍ର ଯାହା ରୋଜଗାର କରୁଥିଲେ, ତାହା ପରିବାର ଚଳିବା ପାଇଁ ପର୍ଯ୍ୟାପ୍ତ ହେଉ ନଥିଲା। ଏଥିପାଇଁ ସେ ପ୍ରାୟ ସମୟ ମାନସିକ ଚାପରେ ରହୁଥିଲେ। ଗୁରୁବାର ଅପରାହ୍୍ଣ ପ୍ରାୟ ୩ଟାରେ ବେକରେ ଦଉଡ଼ି ବାନ୍ଧି ଫ୍ୟାନ୍ରେ ଝୁଲି ପଡ଼ିଥିଲେ। ଉପେନ୍ଦ୍ରଙ୍କ ସ୍ତ୍ରୀ ଏହା ଦେଖି ପଡ଼ୋଶୀଙ୍କୁ ଖବର ଦେବା ପରେ ଘଟଣା ପଦାକୁ ଆସିଥିଲା।
ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ
/sambad/media/post_attachments/wp-content/uploads/2018/07/suicide-in-hanging.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)