ଖଣ୍ଡଗିରି: ଗୁରୁବାର ଅପରାହ୍ଣରେ ଖଣ୍ଡଗିରି ଥାନା ପୁଲିସ ଉଦୟଗିରି ପାହାଡ଼ର ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ପ୍ରାୟ ୪୦ ବର୍ଷ ବୟସ୍କ ଏହି ମୃତକଙ୍କ ପରିଚୟ ମିଳି ପାରିନାହିଁ। ସେ ଏକ ଧଳାରଙ୍ଗର ପ୍ୟାଣ୍ଟ ଓ ନୀଳ କଳା ଚେକ୍ ବାନିଅନ୍ ପିନ୍ଧିଛନ୍ତି। ଯୁବକଜଣଙ୍କ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ସୂଚନା ଦେଇଛି। ଗଛମୂଳରେ ଚପଲ ହଳକ ଥୁଆ ହୋଇଥିବାରୁ ଯୁବକଜଣଙ୍କ ଗଛରେ ଚଢ଼ି ବେକରେ ଗାମୁଛା ବାନ୍ଧି ତଳକୁ ଝୁଲି ପଡ଼ିଥିବା ଅନୁମାନ କରାଯାଉଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲର ଶବ ସଂରକ୍ଷଣ ଗୃହରେ ଭର୍ତି କରିଛି। ପୁଲିସ ସୂଚନାନୁସାରେ ଆଜି ଅପରାହ୍ଣ ପ୍ରାୟ ୩ଟା ବେଳେ ଉଦୟଗିରି ପାହାଡ଼ ନିକଟରେ କାମ କରୁଥିବା କିଛି ଶ୍ରମିକ ଗଛରେ ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଉକ୍ତ ଶ୍ରମିକମାନଙ୍କ କହିବା ଅନୁସାରେ ଦି’ପହର ସୁଦ୍ଧା ଉକ୍ତ ଗଛରେ କିଛି ନଥିବାରୁ ଯୁବକଜଣଙ୍କ ଅପରାହ୍ଣ ୨ଟାରୁ ୩ଟା ମଧ୍ୟରେ ସେଠାକୁ ଆସି ଏହି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି।
ଉଦୟଗିରି ପାହାଡ଼ରୁ ଯୁବକଙ୍କ ଝୁଲନ୍ତା ଶବ ଜବତ
/sambad/media/post_attachments/wp-content/uploads/2019/01/Hanging.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)