ଭୁବନେଶ୍ୱର : ଏୟାରଫିଲ୍ଡ ଥାନା ଅଧୀନ ଓରକଳ ଗାଁ ମୁଣ୍ଡ ବିଲରେ ଥିବା ଗଛରୁ ଏକ ଝୁଲନ୍ତା ଶବ ଜବତ କରାଯାଇଛି। ଜଣେ ଗାଈ ଜଗୁଆଳୀ ପ୍ରଥମେ ଦେଖିବା ପରେ ପୁଲିସକୁ ଖବର ଦିଆଯାଇଥିଲା। ଶବଟି ପଚି ଯାଇଥିବା ବେଳେ ଶରୀର ସାରା ପୋକ ସାଲୁବାଲୁ ହେଉଛନ୍ତି। ତଳେ ମଦ ବୋତଲ ସହ ପ୍ଲାଷ୍ଟିକ୍ ଗ୍ଲାସ୍ ପଡ଼ିଛି। କେହି ମାରି ଦେବା ପରେ ଟାଙ୍ଗି ଦେଇଥିବା ଆଶଙ୍କା କରାଯାଉଛି। ଏୟାରଫିଲ୍ଡ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମୃତକର ପରିଚୟ ମିଳି ପାରିନାହିଁ। ମୃତକ ଏକ ହାପ୍ପ୍ୟାଣ୍ଟ ପିନ୍ଧିଥିବା ବେଳେ ଖୋଲାଦେହ ରହିଛି। ତେଣୁ ସେ ଆଖପାଖର ଲୋକ ହୋଇଥିବା ପୁଲିସ ସନ୍ଦେହ କରୁଛି।
ଗଛରୁ ଝୁଲନ୍ତା ଶବ ଜବତ
/sambad/media/post_attachments/wp-content/uploads/2019/04/hang.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)