ଝୁଲନ୍ତା ମୃତଦେହ ଜବତ

ଭୁବନେଶ୍ୱର : ଝୁଲନ୍ତା ଅବସ୍ଥାରେ ମଞ୍ଚେଶ୍ୱର ଥାନା ପୁଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି। ତାଙ୍କ ନାଁ ଦେବେନ୍ଦ୍ର ସ୍ୱାଇଁ (୫୯)। ଘର ଚକେଇସିଆଣୀ ସ୍ୱାଇଁ ସାହିରେ। ଖବରପାଇ ମଞ୍ଚେଶ୍ୱର ଥାନା ପୁଲିସ ଦେବେନ୍ଦ୍ରଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ପୁଲିସ ସୂଚନାନୁଯାୟୀ ମୃତ ଦେବେନ୍ଦ୍ର ତାଙ୍କ ପରିବାର ସହ ଦୀର୍ଘ ଦିନ ହେଲା ସ୍ୱାଇଁ ସାହିରେ ରହି ଆସୁଥିଲେ। ଗତ କିଛି ଦିନ ହେବ ସେ କୌଣସି କାରଣକୁ ନେଇ ଅନ୍ୟମନସ୍କ ରହୁଥିଲେ। ସବୁଦିନ ଭଳି ମଙ୍ଗଳବାର ରାତିରେ ସେ ସମସ୍ତଙ୍କ ସହ ଖାଇବା ପରେ ତାଙ୍କ ରୁମ୍‌କୁ ନ ଯାଇ ଅନ୍ୟ ରୁମ୍‌ରେ ଶୋଇବାକୁ ଯାଇଥିଲେ। ଗରମ ଲାଗୁଥିବାରୁ ତାଙ୍କ ପତ୍ନୀ ଉପରେ ରୁମ୍‌ରେ ଶୋଇଥିଲେ। ସକାଳ ୬ଟାରୁ ତାଙ୍କ ସ୍ତ୍ରୀ ଉଠି ଘର ଓଳେଇବା ବେଳେ ଦେବେନ୍ଦ୍ର ଶୋଇଥିବା ଘରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବା ଦେଖିଥିଲେ। ସେ ତାଙ୍କ ପରିବାର ଲୋକଙ୍କୁ ଡାକିଥିଲେ। ଏନେଇ ପରିବାର ତରଫରୁ ମଞ୍ଚେଶ୍ୱର ଥାନାରେ ଜଣାଇବାରୁ ପୁଲିସ ମୃତଦେହ ଜବତ କରିଛି।

ସମ୍ବନ୍ଧିତ ଖବର