ଭୁବନେଶ୍ବର : ଶିରିପୁର କୃଷି ଉଦ୍ୟାନ ମାର୍କେଟ୍ ନିକଟସ୍ଥ ବରଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ଶବ ଜବତ କରାଯାଇଛି। ଯୁବକଙ୍କର ପରିଚୟ ମିଳିପାରିନଥିବାରୁ ଖଣ୍ଡଗିରି ଥାନା ପୁଲିସ ଶବକୁ ଏମ୍ସ ସ୍ଥାନାନ୍ତର କରିବା ପରେ ବ୍ୟବଚ୍ଛେଦ କରି ସଂରକ୍ଷଣ ଗୃହରେ ରଖିଥିବା ଜଣାପଡ଼ିଛି। ଯୁବକଙ୍କ ଫଟୋକୁ ପୁଲିସ ରାଜଧାନୀର ବିଭିନ୍ନ ଥାନାକୁ ପଠାଇଛି। ଯଦି କେଉଁଠି ନିଖୋଜ ଖବର ଆସିଥାଏ, ତେବେ ଏନେଇ ଖଣ୍ଡଗିରି ଥାନାକୁ ଯୋଗାଯୋଗ କରିବାକୁ ପୁଲିସ କହିଛି।

Advertisment