ପରିବାରର ସଙ୍କଟମୋଚନ ପାଇଁ ହନୁମାନ ଚାଳିଶା ମହାଯଜ୍ଞ

ଚନ୍ଦ୍ରଶେଖରପୁର : ସର୍ବ ଶକ୍ତିର ଆଧାର ସଙ୍କଟମୋଚନ ଶ୍ରୀ ହନୁମାନଙ୍କ ବିଶାଳ ଚାଳିଶା ମହାଯଜ୍ଞ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା (ଖେଳପଡ଼ିଆ) ନିକଟରେ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନିଆ ଏହି ମହାଯଜ୍ଞରେ ଭକ୍ତଙ୍କ ପରିବାରର ସଂକଟମୋଚନ ପାଇଁ ମହାଯଜ୍ଞ ହୋଇଥିଲା। ଯେଉଁଥିରେ ଭକ୍ତମାନେ ଘୃତାର୍ପଣକରି ହୋମ କରିଥିଲେ। ଶ୍ରୀ ହନୁମାନ ଭକ୍ତ ମଣ୍ଡଳୀ, ଓଡ଼ିଶା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟରେ ଶତାଧିକ ସଂଖ୍ୟାରେ ଭକ୍ତ ଯୋଗଦେଇ ସହସ୍ର କୁମ୍ଭ ସ୍ଥପନ କରିଥିଲେ। ଯଜ୍ଞସ୍ଥାନରେ ଶକ୍ତି ଆବାହନ ପାଇଁ ଘୃତଯଜ୍ଞ କରିଥିଲେ। ଶୁକ୍ରବାର ସକାଳେ କଳସ ସ୍ଥାପନ କରାଯିବା ପରେ କଳସ ମନ୍ତ୍ର ଓ ନାମ ରାମାୟଣ ପାଠ କରାଯାଇଥିଲା। ଏହାନେଇ ସଂଧ୍ୟାରେ ପ୍ରବଚନ ଅନୁଷ୍ଠିତ ହୋଇଥିଲା। ସେହିଭଳି ଆଜି ୧୦୮ ସାମୂହିକ ଶ୍ରୀହନୁମାନ ଚାଳିଶା ପାଠ ମଧ୍ୟ କରାଯାଇଥିଲା। ଆଜି ସକାଳେ ଚାଳିଶା ପାଠ କରାଯିବା ସହ ମଧ୍ୟାହ୍ନରେ ଶତାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ। ସଂଧ୍ୟାରେ ସାମୂହିକ ସୁନ୍ଦରାକାଣ୍ଡ ପାଠ କରାଯାଇଥିଲା।

ସମ୍ବନ୍ଧିତ ଖବର