ହାପି ଲିଭିଂ ଫାଉଣ୍ଡେସନ୍‌ର ‘ପ୍ରତିଭା ସମ୍ମାନ ଉତ୍ସବ’

ଭୁବନେଶ୍ୱର: ହାପି ଲିଭିଂ ଫାଉଣ୍ଡେସନ୍‌ ପକ୍ଷରୁ ‘ପ୍ରତିଭା ସମ୍ମାନ ଉତ୍ସବ’ ଆଜି ସ୍ଥାନୀୟ ଜୟ ଭାରତ ବିକାଶ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାସାର ବୈଜ୍ଞାନିକ ଓମ୍‌ ପ୍ରକାଶ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦେବତ୍ତୋର କମିସନର୍‌ ବିରଜା ପ୍ରସାଦ ଦତ୍ତ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବଦ୍ରିନାଥ ପଟ୍ଟନାୟକଙ୍କୁ ‘ଶିକ୍ଷା ପୁରୁଷ ସମ୍ମାନ’, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ ‘ସଂସ୍କୃତି ପୁରୁଷ ସମ୍ମାନ’ ଓ ରମେଶ ଚନ୍ଦ୍ର ବେହେରାଙ୍କୁ ‘ସେବା ପୁରୁଷ’ ସମ୍ମାନରେ ସମ୍ମାନିତ କରାଯାଇଛି। ନିଚ୍ଛକ ଖବର ପରିବେଷଣ ପାଇଁ ସାମ୍ବାଦିକ ତାପସ ଦାସ, ଜିତେନ୍ଦ୍ର କୁମାର ସାହୁ, ଅମ୍ରିତା ପ୍ରସାଦ ମହାନ୍ତି ଓ ଅକ୍ଷୟ ଦାସଙ୍କୁ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମରେ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ମନୋଜ ଲେଙ୍କା ସ୍ୱାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧିତ ଖବର