ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲ୍ରେ କାର୍ଯ୍ୟରତ ଜଣେ ନର୍ସଙ୍କୁ ସେହି ହସ୍ପିଟାଲ୍ର ଜଣେ ସୁପରଭାଇଜର୍ ଅସଦାଚରଣ କରିଛନ୍ତି। ଏନେଇ ଆଜି ସଂଧ୍ୟାରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ନର୍ସ ଜଣକ ଉକ୍ତ ହସ୍ପିଟାଲ୍ରେ କାର୍ଯ୍ୟକରୁଥିବା ବେଳେ ସୁପରଭାଇଜ୍ ତାଙ୍କୁ ବିଭିନ୍ନ ସମୟରେ ଅଶ୍ଳିଳ ଇଙ୍ଗିତ କରିବା ସହ ଅସଦାଚରଣ କରୁଥିଲେ। ଆଜି ସହିବାର ସୀମା ଟପି ଯିବାରୁ ନର୍ସ ଜଣକ ପ୍ରଥମେ ହସ୍ପିଟାଲର ବରିଷ୍ଠ ଅଧିକାରୀ ଓ ପରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଅଭିଯୁକ୍ତକୁ ଥାନାକୁ ଡାକି ପଚରାଉଚରା କରିଥିଲା। ପରେ ଥାନାରେ ମାମଲାର ଆପୋସ ସମାଧାନ ହୋଇଥିବା ଜଣାପଡ଼ିଛି।
ଘରୋଇ ହସ୍ପିଟାଲ୍ରେ ନର୍ସଙ୍କୁ ଅସଦାଚରଣ
/sambad/media/post_attachments/wp-content/uploads/2019/05/rape151.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)