ଭୁବନେଶ୍ବର : ବଡ଼ଗଡ଼ ଥାନା ଅଧୀନ ବିଏମ୍‌ସି ଆହାର କେନ୍ଦ୍ରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ସମ୍ବଲପୁରରୁ ଜଣେ ଯୁବକ କେନ୍ଦ୍ରକୁ ଖାଇବାକୁ ଆସିଥିବା ବେଳେ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଲୋକମାନେ ଯୁବକକୁ ଧରି ଛେଚିବା ପରେ ପୁଲିସ ଜିମା ଦେଇଥିଲେ ମଧ୍ୟ ବଡ଼ଗଡ଼ ଥାନାରେ ମାମଲା ରଫାଦଫା ହୋଇଛି। ଅସଦାଚରଣର ଶିକାର ହୋଇଥିବା ଯୁବତୀ ଓ ତାଙ୍କ ମା’ଙ୍କ ସହ ଫେରିଯାଇଥିବା ଜଣାପଡ଼ିଛି।

Advertisment

ଆଜି ମଧ୍ୟାହ୍ନରେ ଆହାର କେନ୍ଦ୍ରକୁ ଦୁଇଜଣ(ମା’ ଝିଅ) ତାଙ୍କ ସମ୍ପର୍କୀୟଙ୍କୁ ଦେଖା କରିବାକୁ ଆସିଥିଲେ। ସେଠାରେ ସମ୍ବଲପୁରରୁ ଆସିଥିବା ୩ଜଣ ଯୁବକ ଖାଉଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଖାଇସାରିବା ପ‌ରେ ସେଠାରେ ଛିଡ଼ା ହୋଇଥିବା ଉକ୍ତ ଯୁବତୀଙ୍କୁ ଅସଦାଚରଣ କରିଥିଲେ। ଯୁବତୀ ପ୍ରତିବାଦ କରିବା ପରେ ସେଠାରେ ଥିବା ଅନ୍ୟ କିଛି ଲୋକ ଯୁବକକୁ ଧରି ଆହାର କେନ୍ଦ୍ର ନୋଡାଲ ଅଧିକାରୀଙ୍କୁ ଜଣାଇଥିଲେ। ମାତ୍ର କୌଣସି ଲାଭ ହୋଇନଥିଲା। ଏ ନେଇ ବଡ଼ଗଡ଼ ଥାନାରେ ଜଣାଯାଇଥିଲା। ହେଲେ କିଛି ସମୟ ପରେ ମାମଲା ରଫାଦଫା ହୋଇଥିଲା।