ଭୁବନେଶ୍ୱର : ଜମି କିଣିବା ଲାଗି ୧୫ ଲକ୍ଷ ଟଙ୍କା ମାଗି ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଝାରପଡ଼ା ମହାଦେବନଗର ଅଞ୍ଚଳର ପ୍ରୀତମ ନାୟକ(୩୩)। ପୁଲିସ ସୂଚନା ଅନୁସାରେ, ପ୍ରୀତମ ଏକ ଘରୋଇ କମ୍ପାନିରେ ଏଚ୍ଆର ମ୍ୟାନେଜର ଭାବେ କାମ କରନ୍ତି। ୨୦୧୯ ମେ ୧୨ ତାରିଖରେ ସେ ପ୍ରୀତି ପ୍ରିୟଦର୍ଶିନୀ ନାୟକଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ୮ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର, ଆସବାବପତ୍ର ଆଦି ଯୌତୁକ ଆକାରରେ ନେଇଥିଲେ। ଆଉ ୧୫ ଲକ୍ଷ ଟଙ୍କା ଦାବି କରି ନିର୍ଯାତନା ଦେଉଥିବା ପ୍ରୀତି ପ୍ରିୟଦର୍ଶିନୀ ଅଭିଯୋଗ କରିଥିଲେ।
ଭୁବନେଶ୍ୱର : ୧୫ ଲକ୍ଷ ଟଙ୍କା ପାଇଁ ନିର୍ଯାତନା
/sambad/media/post_attachments/wp-content/uploads/2020/09/attack.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)