ସବୁ ଋତୁରେ ଚା’ର ଚାହିଦା କାହିଁରେ କଣ। ଚା’ କପେ ହୋଇଗଲେ ଦିନଯାକର ସବୁ ଥକା ଛାଡ଼ିଯାଏ। ସିଆର୍ପି ଛକରେ ଥିବା ରାମ ଭାଇଙ୍କ ଚା’ ଦୋକାନରେ ପଶିଗଲେ ପିଇବାକୁ ମିଳିବ ଭଳିକି ଭଳି ପ୍ରକାରର ଚା’। ସେଥିପାଇଁ ତ ଏତେ ଲୋକଙ୍କ ଭିଡ଼ ଦେଖିବାକୁ ମିଳେ। ଗ୍ରାହକଙ୍କ ବରାଦ ମୁତାବକ କ୍ଷୀର ଚା’ ସାଙ୍ଗକୁ କେଶର୍ ଟି, ବ୍ଲାକ୍ ଟି, ଲେମନ୍ ଟି, ଗ୍ରିନ୍ ଟି, ମଧୁମକ୍ଷୀ ଟି, ମଲେଇ ସ୍ପେସାଲ୍ ଟି ଆଦି ଯୋଗାଇ ଦିଅନ୍ତି ରାମଭାଇ। ଅଦା, ଆମ୍ବକଶି ଅଦା, ଲେମ୍ବୁ, ମହୁ, ପୋଦିନା ପତ୍ର ଦେଇ ରାମ ଭାଇ ବନାଉଥିବା ସ୍ପେସାଲ୍ ହର୍ବାଲ ଚା’ର ଚାହିଦା କହିଲେ ନ ସରେ। ୨ ମିନିଟ୍ରେ ପ୍ରସ୍ତୁତ ହୋଇଯାଏ ଚା’। ସତରେ ଏହି ଚା ଯେତିକି ସ୍ୱାଦିଷ୍ଟ ସେତିକି ଦେହ ପକ୍ଷେ ହିତକର ମଧ୍ୟ। ଯୁବପିଢ଼ିଙ୍କ ଡାଏଟ୍, ସ୍ୱାସ୍ଥ୍ୟ ଓ ଡିମାଣ୍ଡକୁ ଆଖି ଆଗରେ ରଖି ତିଆରି କରୁଛନ୍ତି ଭଳି କି ଭଳି ଚା। ଯାହାର ଦାମ୍ ୫ ଟଙ୍କାରୁ ଆରମ୍ଭ କରି ୩୦ ଟଙ୍କା ପର୍ଯ୍ୟନ୍ତ ରହିଛି। ପିଇବାକୁ ଆସିଥିବା ପ୍ରଶାନ୍ତ ସାହୁ କହିଛନ୍ତି ସେ କେବଳ ଏହି ଜାଗାକୁ ଆସନ୍ତି ବ୍ଲାକ୍ ଟି’ ପିଇବାକୁ। ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ରାମ ଭାଇଙ୍କ ପସ୍ତୁତ ଚା’ ଖୁବ୍ ନିଆରା। ଆପଣ ଯଦି ନିଜର ଦେହକୁ ଫିଟ୍ ରଖିବାକୁ ଚାହୁଁଛନ୍ତି ତେବେ ରାମ ଭାଇଙ୍କ ଦୋକାନକୁ ଆସି ଥରେ ଗରମ ଗରମ ଚା’ର ମଜା ଉଠାନ୍ତୁ।
ରାମଭାଇଙ୍କ ସ୍ପେସାଲ୍ ହର୍ବାଲ ଚା’
/sambad/media/post_attachments/wp-content/uploads/2018/02/harbal-tea.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)