ଉତ୍କଳ ସମ୍ମିଳନୀ ପକ୍ଷରୁ ହରେକୃଷ୍ଣ ମହତାବ ଓ ଲକ୍ଷ୍ମଣ ନାୟକ ଜୟନ୍ତୀ

ଚନ୍ଦ୍ରଶେଖରପୁର : ଉତ୍କଳ ସମ୍ମିଳନୀ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୧୮ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଜେବି ନଗରସ୍ଥିତ ବିଜେବି ପାର୍କରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ସଂଗଠନ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ସାଧାରଣ ସମ୍ପାଦକ ଅଦ୍ୱୈତ କୁମାର ପାତ୍ର, ଉପସଭାପତି ଅନନ୍ତ ପ୍ରସାଦ ଜେନା, କୋଷାଧ୍ୟକ୍ଷ ଉଷାରାଣୀ ମହାନ୍ତି, ଶାନ୍ତିଲତା ସାହୁ, ଆକୁଳି ସଂଗ୍ରାମ ସେଠୀ, ଅରୁଣ କୁମାର ନାୟକ, ଦେବରାୟ ପୀତାମ୍ବର ମହାପାତ୍ର, ଅଭୟ ଜେନା ପ୍ରମୁଖ ଯୋଗ ଦେଇଥିଲେ।

ସେହିପରି ଉତ୍କଳ ସମ୍ମିଳନୀ ପକ୍ଷରୁ ଆଜି ସହିଦ୍‌ ଲକ୍ଷ୍ମଣ ନାୟକଙ୍କ ଜନ୍ମଦିନ ପାଳିତ ହୋଇଯାଇଛି। ଏହି ଅବସରରେ କଳିଙ୍ଗ ହସ୍ପିଟାଲ୍‌ ଛକରେ ଥିବା ରାଜ୍ୟର ଏହି ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଦିଲ୍ଲୀପ ଦାଶଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ପକ୍ଷରୁ ନିରାକାର ମହାଳିକ, ଗୋବିନ୍ଦ ଚନ୍ଦ ସୁବୁଦ୍ଧି, ଅଶୋକ ପାଲଟାସିଂହ, ବାସନ୍ତୀ ତ୍ରିପାଠୀ, ଶିବ ପ୍ରସାଦ ମିଶ୍ର, ଅକ୍ଷୟ କୁମାର ଜେଠୀ, ନଳିନୀ ମହାନ୍ତି, ସିଦ୍ଧାର୍ଥ ଶଙ୍କର ଗଡ଼ନାୟକ, କ୍ଷେତ୍ର ମୋହନ ନାୟକ, ନିରଞ୍ଜନ ପାତ୍ର, ଶୀତଳ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର