ହରିଦାସପୁର ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବାଲିଅନ୍ତା: ଭୁବନେଶ୍ବର ମହାନଗର ନିଗମ ଅଧୀନ ନହରକଣ୍ଟାସ୍ଥିତ ହରିଦାସପୁର ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ଅପରାହ୍‌ଣରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରିଣୀ ସସ୍ମିତା ମାଳିଙ୍କ ସଭାପତିତ୍ବ‌ରେ ଅନୁଷ୍ଠିତ ସଭାରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଉପଶାସନ ସଚିବ ଅଶୋକ କୁମାର ରଥ ମୁଖ୍ୟ ଅତିଥି, ଉପବିଭାଗ ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀ, ଭିଗାର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁମନ୍ତ ପ୍ରଧାନ, ପୂର୍ବତନ ପ୍ରଧାନ ଶିକ୍ଷକ ଶତ୍ରୁଘ୍ନ ସାହୁ, ବାଣୀବିହାର ହାଇସ୍କୁଲର ପ୍ରାକ୍ତନ ଶିକ୍ଷକ ଚକ୍ରଧର ତ୍ରିପାଠୀ, ମୋ ସ୍କୁଲ ଆଲୁମିନି ଆସୋସିଏସନ୍‌ର ସଭାପତି ସୁନାକର ମହାରଣା, ସମାଜସେବୀ ଅକ୍ଷୟ କୁମାର ଲେଙ୍କା, ବିଚିତ୍ର କୁମାର ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ଶିକ୍ଷା ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ଦେଇଥିଲେ। ବିଦ୍ୟାଳୟର ଶିକ୍ଷାଦାନ, ସ୍କୁଲର ପରିବେଶ ଏବଂ କାର୍ଯ୍ୟରତ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର କର୍ତ୍ତବ୍ୟନିଷ୍ଠା ନେଇ ପ୍ରଶଂସା କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମନୋରମା କର ପ୍ରାରମ୍ଭରେ ସ୍ବାଗତ ଭାଷଣ ଦେଇଥିବା ବେଳେ ପିଟିଏ କମିଟି ଅଧ୍ୟକ୍ଷା ଗାୟତ୍ରୀ ପାତ୍ର ଅତିଥି ପରିଚୟ ଦେଇଥିଲେ। ଶିକ୍ଷୟିତ୍ରୀ ସତ୍ୟବତୀ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ। ପରେ ଅତିଥିମାନେ କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ସୁଦାମ ଚରଣ ସାହୁ, ଶିକ୍ଷୟିତ୍ରୀ ତିଳୋତ୍ତମା ବେହେରା ଓ ଲିପିକା ଚୌଧୁରୀ ଓ ପୂର୍ବତନ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଭିଗାର୍ଡ ତରଫରୁ ସ୍କୁଲକୁ ୩୦ ଯୋଡ଼ା ଡେସ୍କ ଓ ବେଞ୍ଚ ପ୍ରଦାନ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମକୁ ପ୍ରାକ୍ତନ ଛାତ୍ର ସୁରେନ୍ଦ୍ର ଖୁଣ୍ଟିଆ, ଜଗନ୍ନାଥ ସାହୁ, ବ୍ରହ୍ମାନନ୍ଦ ପଣ୍ଡା, ଅଲେଖ କାଣ୍ଡି, ପ୍ରେମାନନ୍ଦ ସେନାପତି ଓ ପ୍ରଶାନ୍ତ କୁମାର ସାହୁଙ୍କ ସମେତ ରମେଶ ବେହେରା ପ୍ରମୁଖ ପରିଚ‌ାଳନ‌ା କରିଥିଲେ। ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର