ଭୁବନେଶ୍ବର : ଶିଶୁ ସାହିତ୍ୟିକ ହରିହର ଶୁକ୍ଳ ଜୀବନବ୍ୟାପୀ ସାଧନା ପାଇଁ ‘ଝୁମୁକା ପୁରସ୍କାର-୨୦୧୮’ ଲାଭ କରିବେ। ସରକାରଙ୍କ ଭାରୀ ଉଦ୍ୟୋଗ ବିଭାଗରେ ଅନୁସଚିବ ଭାବେ କାର୍ଯ୍ୟରତ ଶ୍ରୀ ଶୁକ୍ଳ ଦୀର୍ଘ ୩୦ ବର୍ଷ ଧରି ସାହିତ୍ୟ ସାଧନାରେ ବ୍ରତୀ ଥିବା ବେଳେ ବହୁ ଶିଶୁ-କିଶୋର ସାହିତ୍ୟ ରଚନା ଓ ଅନୁବାଦ କରିଛନ୍ତି। ତାଙ୍କର ଏହି ସାମଗ୍ରିକ କୃତିତ୍ବ ପାଇଁ ଶିଶୁ-କିଶୋର ସାହିତ୍ୟ ପତ୍ରିକା ‘ଝୁମୁକା’ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ। ବରିଷ୍ଠ ଶିଶୁ ସାହିତ୍ୟିକଙ୍କ ଜୀବନର ସାମଗ୍ରିକ ସାଧନା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ। ଏତଦ୍ବ୍ୟତୀତ ‘ଝୁମୁକା’ ପୃଷ୍ଠାର ସଫଳ ସ୍ରଷ୍ଟା ମନୋରମା ମିଶ୍ର ଏବଂ ଲେଖକ ସୁଶାନ୍ତ କୁମାର ସେନାପତିଙ୍କୁ ସାରସ୍ବତ ସମ୍ମାନ ପ୍ରଦାନ କରାଯିବ। ଆସନ୍ତା ୩୦ ତାରିଖରେ ରାଜ୍ୟ ଅଭିଲେଖାଗାରରେ ଆୟୋଜିତ ହେବାକୁ ଯାଉଥିବା ଝୁମୁକାର ୩୨ତମ ସାରସ୍ବତ ସମାରୋହରେ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ ବୋଲି ପତ୍ରିକାର ସମ୍ପାଦକ ମାନସରଂଜନ ସାମଲ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।
ହରିହର ଶୁକ୍ଳ ପାଇବେ ‘ଝୁମୁକା’ ପୁରସ୍କାର
/sambad/media/post_attachments/wp-content/uploads/2018/12/jhu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)