ଭୁବନେଶ୍ୱର: ଆସନ୍ତା ୧୭ ତାରିଖ ସୋମବାର ଜୟଦେବ ଭବନଠାରେ ପୂର୍ବତନ ମନ୍ତ୍ରୀ ହରିଶ୍ଚନ୍ଦ୍ର ବକ୍ତିପାତ୍ରଙ୍କ ୯୨ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ଦୁଶ୍ୟନ୍ତ ଦାଭେ ହରିଶ୍ଚନ୍ଦ୍ର ବକ୍ତିପାତ୍ର ସ୍ମାରକୀ ବକ୍ତୃତା ପ୍ରଦାନ କରିବେ। ଜୟନ୍ତୀ ଉତ୍ସବରେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କୁ ସମାଜସେବା କ୍ଷେତ୍ରରେ ସମ୍ମାନିତ କରାଯିବ। ସେହିପରି ବରିଷ୍ଠ ସାମ୍ବାଦିକ ପ୍ରିୟରଞ୍ଜନ ସାହୁଙ୍କୁ ସ୍ମୃତି କମିଟି ପକ୍ଷରୁ ସମ୍ମାନିତ କରାଯିବ। ଜୟନ୍ତୀ ଉତ୍ସବରେ ପାକ୍ଷିକ ପତ୍ରିକା ‘ଲୋକନୀତି’ର ବିଶେଷ ସଂସ୍କରଣ ସହିତ ଉତ୍ସବର ରୌପ୍ୟଜୟନ୍ତୀ ଉପଲକ୍ଷେ ସ୍ବର୍ଗତ ବକ୍ସିପାତ୍ରଙ୍କ ଉପରେ ଏକ ପୁସ୍ତକ ସଂକଳନ ଉନ୍ମୋଚନ କରାଯିବ।
ଏନେଇ ଆଜି ଅପରାହ୍ଣରେ ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତିକମିଟି ପକ୍ଷରୁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶତାୟୁ ପୁରୁଷ ପଦ୍ମଚରଣ ନାୟକ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ, ସୁବ୍ରତ ନନ୍ଦ, ସୁବାସ ଦାସ, ଦିଲୀପ ଦାଶଶର୍ମା, ଅମର ପ୍ରସାଦ ମିଶ୍ର, ଉପେନ୍ଦ୍ର ପାଢ଼ୀ, ପ୍ରଫୁଲ୍ଲ ଦାସ, ରାଇମୋହନ ପଟ୍ଟନାୟକ, ଶୁଧେନ୍ଦୁ ରାଉତରାୟ, ବିକାଶ ଗିରି, ଚିତ୍ତରଞ୍ଜନ କର, ରବି ନାହାକ, ସିରାଜୁଦ୍ଦିନ ଅଲ୍ଲୀ, ଦୟାନିଧି ରାଉତ, ରାମମୂର୍ତ୍ତି ପାତ୍ର, ଗନ୍ଧର୍ବ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ସମ୍ପାଦିକା ଲୋପାମୁଦ୍ରା ବକ୍ତିପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/13/untitled-7-2025-11-13-06-43-21.jpg)