ବାରଙ୍ଗ: ବାରଙ୍ଗର ନରଣପୁରସ୍ଥିତ ଏଚ୍ଡିଏଫ୍ କଲେଜ ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ସମୃଦ୍ଧ ରଷ୍ଟ୍ର ଗଠନ ଲାଗି ସମସ୍ତେ ସଂକଳ୍ପ ନେବାକୁ ଆହ୍ଵାନ ଦେଇଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ, ଆମ ଦେଶର ଏକତା ଓ ସଂହତିର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ। ଏଥିପାଇଁ ଆମ ସମସ୍ତଙ୍କୁ ସଚେତନ ରହିବାକୁ ହେବ। ଏଚ୍ଡିଏଫ୍ର ଟ୍ରଷ୍ଟି ସଂଜୟ କୁମାର ପାତ୍ର,‘ସମ୍ବାଦ ସାହିତ୍ୟ ଘର’ର ସମ୍ପାଦିକା ଶୁଭଶ୍ରୀ ଲେଙ୍କା ଜାତୀୟତାବୋଧ ଉପରେ ଆଲୋଚନା କରିଥିଲେ। ଅତିଥି ପରିଚୟ ପ୍ରଦାନ କରିଥଲେ ଏଚ୍ଡିଏଫ୍ ଜୁନିଅର କଲେଜର ଅଧ୍ୟକ୍ଷ ଚିତ୍ତରଞ୍ଜନ ଭୋଇ ଓ ଧନ୍ୟବାଦ ଦେଇଥିଲେ କେଏମ୍ବିବିର ଡିନ୍ ବିଜୁନି ଚରଣ ସୁତାର। ଏହି ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ‘ଓ୍ଵିଙ୍ଗ୍ ଓମେନ୍’ ଦ ଗେମ୍ ଚେଞ୍ଜର’ ଦସ୍ତଖତ ଅଭିଯାନ କରାଯାଇଥିଲା।
ଦେଶ ଓ ଜାତିକୁ ସମୃଦ୍ଧ କରିବା ଲାଗି ଆହ୍ଵାନ
ଏଚ୍ଡିଏଫ୍ରେ ସାଧାରଣତନ୍ତ୍ର ଦିବସ
/sambad/media/post_attachments/wp-content/uploads/2018/01/barang-md.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)