ଐଶ୍ବର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନ ବର୍ତ୍ତମାନ ମନୋରଞ୍ଜନ ଶିଳ୍ପର ସବୁଠାରୁ ଅଧିକ ଚର୍ଚ୍ଚିତ ଦମ୍ପତି। ସେମାନଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଛି ବୋଲି ବେଶ୍‌ କିଛି ଦିନ ହେବ ବିଭିନ୍ନ ମହଲରେ ଆଲୋଚନା ଚାଲିଛି, କିନ୍ତୁ ସତ୍ୟତା ସାମ୍ନାକୁ ଆସିନାହିଁ। ନୀଳ ନୟନା ଐଶ୍ବର୍ଯ୍ୟା ତାଙ୍କ ଝିଅ ଅରାଧ୍ୟାଙ୍କ ସହ କେତେ ଘନିଷ୍ଠ ତାହା କାହାକୁ ବି ଅଛପା ନାହିଁ। କୌଣସି ସର୍ବସାଧାରଣ ସ୍ଥାନରେ ମା-ଝିଅ ଏକାଠି ଥିବା ବେଳେ ଐଶ୍‌ ଝିଅ ଆରାଧ୍ୟାଙ୍କ ହାତ ଧରିଥିବା ଦେଖିବାକୁ ମିଳେ। ସେ ତାଙ୍କ ଝିଅକୁ ନେଇ ଖୁବ୍ ଯତ୍ନଶୀଳ ବୋଲି ଅଭିଷେକଙ୍କ ମାଆ ଜୟା ବଚ୍ଚନ ବି ଏକ ସାକ୍ଷାତ୍‌କାରରେ ସ୍ବୀକାର କରି ସାରିଛନ୍ତି। ଥରେ ଜୟା କହିଥିଲେ କି ‘‘ଐଶ୍ବର୍ଯ୍ୟା ଖୁବ୍ ଯତ୍ନଶୀଳ ମାଆ।

Advertisment

ସେ ନିଜ ଝିଅ ଆରାଧ୍ୟାକୁ ଗୋଟାଏ କ୍ଷଣ ପାଇଁ ବି ପାଖରୁ କେଉଁଆଡ଼େ ଛାଡ଼ନ୍ତି ନାହିଁ। ସେ ସବୁବେଳେ ଆରାଧ୍ୟାର ସମସ୍ତ କାମ ଏକାକୀ କରିଥାନ୍ତି। ଆରାଧ୍ୟାଙ୍କୁ ଖୁଆଇବା, ଶୁଆଇବା ଓ ଗାଧୋଇଦେବା ନିଜେ ଐଶ୍ବର୍ଯ୍ୟା ହିଁ କରିଥାନ୍ତି।’’ ଶେଷରେ ଜୟା ତାଙ୍କ ଝିଅ ଶ୍ବେତା ବି ଠିକ୍‌ ଏହିପରି ବୋଲି ସାକ୍ଷା‌ତ୍‌କାର‌ରେ କହିଥିଲେ। ଗତ କିଛି ଦିନ ହେବ ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାୟଙ୍କ ଛାଡ଼ପତ୍ର ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କ ବାହାଘର ଉତ୍ସବରେ ବଚ୍ଚନ ପରିବାର ସହ ନଯାଇ ଝିଅ ଆରାଧ୍ୟାଙ୍କୁ ନେଇ ଐଶ୍ବର୍ଯ୍ୟା ଅଲଗା ଯିବା ପରେ ଏହି ଚର୍ଚ୍ଚାକୁ ଖୋରାକ ମିଳିଛି।