ଭୁବନେଶ୍ବର: ସମାଜସେବୀ ତଥା ଭିନ୍ନକ୍ଷମଙ୍କ ଅଧିକାର ପାଇଁ ଲଢ଼ୁଥିବା ଓଡ଼ିଶାର ଅଗ୍ରଗଣ୍ୟା ନାୟିକା ଶ୍ରୁତି ମହାପାତ୍ରଙ୍କୁ ହାଇଦ୍ରାବାଦ ବିମାନବନ୍ଦରରେ ଅପମାନିତ କରାଯାଇଛି। ଇଣ୍ଡିଗୋ ବିମାନର କର୍ମଚାରୀ ଏ ଶଙ୍କର ଓ ତାଙ୍କର ଜଣେ ସହଯୋଗୀ ତଥା ହାଇଦ୍ରାବାଦ ବିମାନବନ୍ଦରର ସିଆଇଏସ୍ଏଫ୍ କର୍ମଚାରୀ ତାଙ୍କୁ ଅପମାନସୂଚକ କଥା କହିଥିବା ଶ୍ରୁତି ଟ୍ବିଟ୍ କରି ଦୁଃଖପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ହ୍ବିଲ୍ଚେୟାରରେ ବସିଥିବା ଜଣେ ଭିନ୍ନକ୍ଷମ ମହିଳାଙ୍କୁ ବିମାନବନ୍ଦରର କର୍ମଚାରୀମାନେ ଏଭଳି ଅପମାନିତ କରିବା ତଥା ତାଙ୍କର କୌଣସି କଥା ନ ଶୁଣିବା ସତରେ ଦୁଃଖଦାୟକ ଓ ନିରାଶାଜନକ। ଶ୍ରୁତିଙ୍କ ଟ୍ବିଟ୍ ପରେ ଇଣ୍ଡିଗୋ ପକ୍ଷରୁ ତାଙ୍କୁ କ୍ଷମାପ୍ରାର୍ଥନା କରାଯିବା ସହ ତାଙ୍କୁ ଟେଲିଫୋନ୍ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଛି।
ହାଇଦ୍ରାବାଦ ବିମାନବନ୍ଦରରେ ଶ୍ରୁତି ମହାପାତ୍ରଙ୍କୁ ଅପମାନ, ଟ୍ବିଟ୍ କରି କ୍ଷୋଭ ପ୍ରକାଶ କଲେ
/sambad/media/post_attachments/wp-content/uploads/2022/05/sfh5sf4h56fs4h65fh456fhsfhssfh.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)