ମୁଣ୍ଡବିହୀନ ଶବ ଉଦ୍ଧାର ଘଟଣା : ରାଗ ପଞ୍ଚମକୁ ଉଠିବାରୁ ମାରିଦେଲି: ସଞ୍ଜୟ

ସରିଲା ରିମାଣ୍ଡ, ଜେଲ୍‌ ଗଲେ ଦୁଇ ଅଭିଯୁକ୍ତ

ଭୁବନେଶ୍ବର : ଅନ୍ଧାରୁଆ-ଦାସପୁର ରାସ୍ତା କଡ଼ରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ଶବ ଜବତ ଘଟଣାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଅଙ୍ଗଦ ଦାସ ଓରଫ୍‌ ସଞ୍ଜୟ ଓ ଶ୍ରୀକାନ୍ତ ଦାସଙ୍କର ତିନିଦିନଆ ରିମାଣ୍ଡ ଅବଧି ଆଜି ଶେ‌ଷ ହୋଇଛି। ରିମାଣ୍ଡ ଶେଷ ହେବା ପରେ ଉଭୟଙ୍କୁ ଚନ୍ଦକା ଥାନା ପୁଲିସ କୋର୍ଟ ଚାଲାଣ କରିଛି ଏବଂ ସେମାନଙ୍କୁ ବିଚାୀ ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ପୁଷ୍ପଲତାକୁ କିଭଳି ହତ୍ୟା କରିଥିଲା ସେ ନେଇ ଜେରା ବେଳେ ସମସ୍ତ ବିବରଣୀ ସଞ୍ଜୟ ପୁଲିସ ଆଗରେ କହିଛି। ‘ରାଗ ପଞ୍ଚମକୁ ଉଠିବାକୁ ପୁଷ୍ପଲତାକୁ ମାରିଦେଲି’ ବୋଲି ସେ ସ୍ବୀକାର କରିଛି।

ଜେରା ବେଳେ ସଞ୍ଜୟ କହିଛି କି, ପୁଷ୍ପଲତା ବାରମ୍ବାର ନିଜର ମତ ବଦଳାଉଥିଲେ। ଆମ୍‌ଫୋଇ‌ୋର ବିବାହ କରିଥିବା ପ୍ରୀତିରଞ୍ଜନଙ୍କ ସହ ରହିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ହେଲେ ତାଙ୍କ ସହ ସମ୍ପର୍କରେ ଥିଲେ। ସନ୍ଦେହ ହେବାରୁ ମୋବାଇଲ ଫୋନ୍‌ ଯାଞ୍ଚ କରୁଥିଲା ସଞ୍ଜୟ। ଏହାଛଡ଼ା ଅନେକ ସମୟରେ ଅଚାନକ ଘରେ ପହଞ୍ଚି ଉଭୟଙ୍କୁ ଏକତ୍ର ଦେଖିବାକୁ ପାଉଥିଲା। ଏହା ବ୍ୟତୀତ ପୁଷ୍ପଲତା ଅନେକ ସମୟରେ ଘରେ ମଧ୍ୟ ରହୁନଥିଲେ। ସ୍କୁଟି ଧରି ଏଣେ ତେଣେ ବୁଲୁଥିଲେ। ବାରମ୍ବାର ବୁଝାଇବା ପରେ ବି ସେ ବୁଝିନଥିଲେ। ରାଗ ପଞ୍ଚମରେ ଚଢ଼ିବାରୁ ମାରିଦେଲି ବୋଲି କହିଛି ସଞ୍ଜୟ।

ଅନ୍ୟପଟେ ଏସିପି ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି ଏହି ହତ୍ୟାକାଣ୍ଡର ସମସ୍ତ ପ୍ରମାଣ ଯୋଗାଡ଼ କରାଯାଇଛି। ଅଭିଯୁକ୍ତମାନଙ୍କର ଆଉ ଦ୍ବିତୀୟ ଥର ରିମାଣ୍ଡର ଆବଶ୍ୟକତା ନାହିଁ। ଖୁବ୍‌ଶୀଘ୍ର ମାମଲାରେ ଚୂଡ଼ାନ୍ତ ଚାର୍ଜସିଟ୍‌ ଦାଖଲ କରିବା ସହ ଅଦାଲତରେ ତ୍ବରିତ ବିଚାରରେ ପୁଲିସ ସମସ୍ତ ପ୍ରକାରର ସହଯୋଗ କରିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଫେବ୍ରୁଆରି ୪ ତାରିଖ ସକାଳେ ଅନ୍ଧାରୁଆ-ଦାସପୁର ରାସ୍ତା କଡ଼ରେ ପୁଷ୍ପଲତାଙ୍କ ମୁଣ୍ଡ ବିହୀନ ଶବ ମିଳିଥିଲା। ୬ ଦିନ ପରେ ପୁଷ୍ପଲତାଙ୍କ ମା’ ଡିସିପିଙ୍କ ପାଖରେ ପହଞ୍ଚି ଶବକୁ ଚିହ୍ନଟ କରିଥିଲେ। ସେହିଦିନ ରାତିରେ କମିସନରେଟ୍‌ ପୁଲିସ ସ୍ପେସାଲ ସ୍କ୍ବାଡ୍‌ ଦଶପଲ୍ଲାରୁ ଅଭିଯୁକ୍ତଦ୍ବୟଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର