‘ସମ୍ବାଦ’ ଭବନରେ ସ୍ୱାସ୍ଥ୍ୟ ଶିବିର

ଭୁବନେଶ୍ୱର: ‘ସମ୍ବାଦ’ ଭବନରେ ଆଜି ‘ଏଚ୍‌ସିଜି ପଣ୍ଡା’ କ୍ୟାନସର୍‌ ହସ୍ପିଟାଲ ପକ୍ଷରୁ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଚ୍‌ସିଜି ପଣ୍ଡା କ୍ୟାନସର୍‌ ହସ୍ପିଟାଲର ଅଙ୍କୋଲୋଜି ବିଭାଗର ଡା. କ୍ଷତୀଶ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଡା. ଶକ୍ତି ପ୍ରସାଦ ପଟ୍ଟନାୟକ, ଡା. ସୌମ୍ୟରଂଜନ ପ୍ରଧାନ, ସୁମିତ୍ରା ସ୍ୱାଇଁ, କ୍ଷତୀଶ ଚନ୍ଦ୍ର ସାହୁ, ବିଶ୍ୱଜିତ ନାୟକ ପ୍ରମୁଖ ଯୋଗଦେଇ ‘ସମ୍ବାଦ’, ‘କନକ ଟିଭି’ ଓ ‘ରେଡିଓ ଚକଲେଟ୍‌’ କର୍ମଚାରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହାସହ କ୍ୟାନସର୍‌ର କାରଣ ଓ ନିରାକରଣ ନେଇ ସଚେତନ ମଧ୍ୟ କରାଇଥିଲେ। ଏଥିରେ ହସ୍ପିଟାଲର ମାର୍କେଟିଂ ବିଭାଗର ବିଜୟ, ସମୀର, ଶୁଭାଶିଷ, ଶକ୍ତି ପ୍ରମୁଖ ଉପସ୍ଥିତ ଥିଲେ। ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ(ନ୍ୟୁଜ୍‌) ଅରବିନ୍ଦ ଦାସ, ଉପ ମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର