‘ସମ୍ବାଦ ଭବନ’ରେ ମାଗଣା ସ୍ବାସ୍ଥ୍ୟ ଶିବିର

୮୬ କର୍ମଚାରୀ କରାଇଲେ ସ୍ବାସ୍ଥ୍ୟ ପରୀକ୍ଷା

ଭୁବନେଶ୍ବର: ଶ୍ରୀ ହସ୍‌ପିଟାଲ ଓ ଡ. ଅଗ୍ରୱାଲ୍‌ସ୍‌ ଆଇ ହସ୍‌ପିଟାଲ୍‌ ପକ୍ଷରୁ ଆଜି ଏକ ମାଗଣା ସ୍ବାସ୍ଥ୍ୟ ଶିବିର ‘ସମ୍ବାଦ ଭବନ’ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ରକ୍ତଶର୍କରା, ରକ୍ତ ଚାପ, ଚକ୍ଷୁ ପରୀକ୍ଷା କରାଯିବା ସହ ନ୍ୟୁରୋଲୋଜି ସମ୍ବନ୍ଧୀୟ ବିଭିନ୍ନ ପରୀକ୍ଷା କରାଯାଇଥିଲା। ଏଥିରେ ଶ୍ରୀ ହସ୍‌ପିଟାଲ୍‌ର ଡାକ୍ତର ମାନସ ପ୍ରସାଦ ବାରିକଙ୍କ ସମେତ ଅ‌ପ୍‌ଟୋମେଟ୍ରିଷ୍ଟ୍‌ ଉସ୍‌ନିଶ୍‌ ଭଟ୍ଟାଚାର୍ଯ୍ୟ ଓ ସନ୍‌ହିତା ଦେବ ଏବଂ ନ୍ୟୁରୋପାଥି ଦେବବ୍ରତ ମିଶ୍ର ପ୍ରମୁଖଙ୍କ ତତ୍ତ୍ବାବଧାନରେ ବିଭିନ୍ନ ପରୀକ୍ଷା କରାଯାଇଥିଲା। ଶିବିରରେ ମାନସ କୁମାର ସିଂହ, ସାଗରିକା ଗୁରୁ, ଶୁଭଲକ୍ଷ୍ମୀ ଗଗ୍‌ ଓ ଚଗଲି ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସ୍ବାସ୍ଥ୍ୟ ଶିବିରକୁ ପ୍ରେମାନନ୍ଦ ଜେନା ଓ ଡାକ୍ତର ସିତିଜା କୁମାର ସାହୁ ସଂଯୋଜନା‌ କରିଥିଲେ। ‘ସମ୍ବାଦ’ର ମାନବ ସମ୍ବଳ ବିଭାଗର ଡିଜିଏମ୍‌ ବୈଜୟନ୍ତୀ କର ଓ ବିଜ୍ଞାପନ ବିଭାଗର ଡିଜିଏମ୍‌ କଲ୍ୟାଣେନ୍ଦୁ ନାୟକ ଏଥିରେ ଉପସ୍ଥିତ ଥିଲେ। ଏହି ଅବସରରେ ‘ସମ୍ବାଦ’, ‘କନକ ଟିଭି’, ‘ରେଡିଓ ଚକ୍‌ଲେଟ୍‌’ ସହ ‘ସମ୍ବାଦ’ ଓ ‘କନକ ଟିଭି’ର ସମସ୍ତ ଡିଜିଟାଲ୍‌ ବିଭାଗରୁ ପ୍ରାୟ ୮୬ ଜଣ କର୍ମଚାରୀ ଉପସ୍ଥିତ ରହି ନିଜ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ପରାମର୍ଶ ଗ୍ରହଣ କରିଥିଲେ। ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ଶିବିର ଚ‌ାଲିଥିଲା।

ସମ୍ବନ୍ଧିତ ଖବର