ଚାର୍ମ ହେଲ୍‌ଥ କେୟାର୍‌ ପକ୍ଷରୁ ‘ସ୍ବାସ୍ଥ୍ୟ ପରୀକ୍ଷା ଶିବିର’

ଭୁବନେଶ୍ବର: ମେଦ ବହୁଳତା ଯୋଗୁଁ ହୃଦରୋଗ ସମସ୍ୟା ବଢ଼ୁଥିବାରୁ ଏ ବାବଦରେ ସଚେତନତା ସୃଷ୍ଟି ପାଇଁ ‘ଚାର୍ମ ହେଲ୍‌ଥ କେୟାର୍‌’ ପକ୍ଷରୁ ସମ୍ବାଦ ଭବନ ପରିସରରେ ‘ସ୍ବାସ୍ଥ୍ୟ ପରୀକ୍ଷା ଶିବିର’ ଅନୁଷ୍ଠିତ ହୋଇଥିଲା। ସ୍ବାସ୍ଥ୍ୟ ପରୀକ୍ଷା ସହ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ଦିଆଯାଇଥିଲା। ଡାଏଟିସିଆନ୍‌ ସ୍ମିତାରାଣୀ ଷଡ଼ଙ୍ଗୀ, ଥେରାପିଷ୍ଟ୍‌ ସର୍ବେଶ୍ବର ନାୟକ, ରିନା ପ୍ରଧାନ ଓ ନିକିତା ନାୟକ ପ୍ରମୁଖ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର