‘ସୁସ୍ଥ ପରିବେଶ, ସୁସ୍ଥ ଜୀବନ’ ଅଭିଯାନ

ଭୁବ‌ନେଶ୍ବର: ପ୍ରେରଣା ଗ୍ରିନ୍‌ ଆର୍ମି ପକ୍ଷରୁ ‘ସୁସ୍ଥ ପରିବେଶ, ସୁସ୍ଥ ଜୀବନ’ ଅଭିଯାନ ୟୁନିଟ୍‌ ୮ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମ୍ବାଦ ଆମ ଓଡ଼ିଶା ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ତଥା କବି ଶୁଭଶ୍ରୀ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିବା ସହ ଗଛ ଜୀବଜଗତର ପ୍ରାଣ କେନ୍ଦ୍ର ବୋଲି କହିଥିଲେ। ଗ୍ରିନ୍‌ ଆର୍ମିର କମାଣ୍ଡର ଡ. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଜିର ଉତ୍ସବରେ ଲେଖିକା ତଥା କଣ୍ଠଶିଳ୍ପୀ ଛନ୍ଦା ମିଶ୍ର, ଆମ ଓଡ଼ିଶାର ରାଜ୍ୟ ସଂଯୋଜକ ସଂଜୟ ପାତ୍ର, ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ତପନ କୁମାର ପଣ୍ଡା, ଶିକ୍ଷାବିତ୍‌ ଡ. ଅଚ୍ୟୁତାନନ୍ଦ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବୃକ୍ଷର ମହତ୍ତ୍ବ ସମ୍ପର୍କରେ ମତ ରଖିଥିଲେ।

ସମ୍ବନ୍ଧିତ ଖବର