‘ସମ୍ବାଦ’ ଭବନରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ଭୁବନେଶ୍ବର : ରସୁଲଗଡ଼ସ୍ଥିତ ‘ସମ୍ବାଦ’ ମୁଖ୍ୟ କାର୍ଯ୍ୟାଳୟରେ ଶୁକ୍ରବାର ଏକ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ‘ସମ୍ବାଦ’, ‘କନକ ନ୍ୟୁଜ୍‌’ ଓ ‘ରେଡିଓ ଚକଲେଟ୍‌’ କର୍ମଚାରୀମାନଙ୍କ ଚକ୍ଷୁ, ଦନ୍ତ, ରକ୍ତଚାପ ଓ ଡାଇବେଟିସ୍‌ ପରୀକ୍ଷା କରାଯାଇଥିଲା। ଏଏସ୍‌ଜି ନେତ୍ର ଚିକିତ୍ସାଳୟର ଅପ୍ଟୋମେଟ୍ରିଷ୍ଟ ଅମୃତରାଜ କର ଓ ସୁନୀଲ କୁମାର ସାହୁ କର୍ମଚାରୀମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ଏଥିରେ ଅନୁଷ୍ଠାନର ଜନସଂପର୍କ ଅଧିକାରୀ ରାହୁଲ କୁମାର ସାହୁ, ଶିଲାଦିତ୍ୟ ମହାପାତ୍ର, ମ୍ୟାନେଜର୍‌ (ଜନସଂପର୍କ) ଅରବିନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଡାକ୍ତର ମୋହନ ଡାଇବେଟିସ୍‌ ସେସିଆଲିଟି ସେଣ୍ଟର୍‌ର ଡାଇଟିସିଆନ୍‌ ଶ୍ବେତା ଜେନା କର୍ମଚାରୀଙ୍କ ଡାଇବେଟିସ୍‌ ପରୀକ୍ଷା କରାଇବା ସହ କିପରି ଫିଟ୍‌ ରହିବେ, ସେ ସଂପର୍କରେ ପରାମର୍ଶ ଦେଇଥିଲେ। ଦନ୍ତ ଚିକିତ୍ସକ ଡା. ସଂଯୁକ୍ତା ଡୋଙ୍ଗାୟତ ଦାନ୍ତ ପରୀକ୍ଷା କରିଥିଲେ। ଅନୁଷ୍ଠାନର ଜନସଂପର୍କ (ମ୍ୟାନେଜର୍‌) ସଂଧ୍ବପ୍‌ ପଟ୍ଟନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର