ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଆଜି ପ୍ରଥମଥର ଲାଗି ଭୁବନେଶ୍ୱର ଏମ୍ସ ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ସେ ବିଭିନ୍ନ ଓ୍ଵାର୍ଡ ବୁଲି ଦେଖିଥିଲେ। ପରେ ଶ୍ରୀ ଜେନା ଅନୁଷ୍ଠାନର ନିର୍ଦେଶିକା ଓ ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତରମାନଙ୍କ ସହ ହସ୍ପିଟାଲ ସଂପର୍କରେ ଆଲୋଚନା କରିଥିଲେ। ଶ୍ରୀ ଜେନା କହିଛନ୍ତି, ରୋଗୀ ସେବା, ଫାକଲ୍ଟି, ପାରାମେଡିକ ପଦବି ଓ ଆଗାମୀ ଯୋଜନା ସଂପର୍କରେ ଗୁରୁତ୍ୱ ଦିଆଯାଇଛି। ଏମ୍ସର ସଂପ୍ରସାରଣ ଓ ବିକାଶ ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ କରିବେ। ରାଜ୍ୟ ସରକାରଙ୍କ ପାଖରେ କିଛି କାର୍ଯ୍ୟ ରହିଥିଲେ ତାହାକୁ ତ୍ୱରାନ୍ଵିତ କରାଯିବ। ଏମ୍ସ ପକ୍ଷରୁ ଜଣେ ନୋଡାଲ ଅଧିକାରୀ ସରକାରଙ୍କ ସହ ଯୋଗାଯୋଗ ରକ୍ଷା କରିବାକୁ ସେ ପରାମର୍ଶ ଦେଇଥିଲେ। ଏମ୍ସର ନିର୍ଦେଶିକା ପ୍ରଫେସର ଡା.ବି.ବାଟନମାନେ ଏବେସୁଦ୍ଧା ମଞ୍ଜୁରପ୍ରାପ୍ତ ଡାକ୍ତରଙ୍କଠାରୁ ଆରମ୍ଭ କରି ନର୍ସ ଓ ପାରାମେଡିକ ପଦବିରୁ କେତେ ପୂରଣ ହୋଇଛି ଓ ଖାଲି ପଡ଼ିଛି ତାହା ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଏହାସହ ଶଯ୍ୟା ସଂଖ୍ୟା ଓ ଆଗାମୀ ଦିନରେ ବୃଦ୍ଧି ପାଇବାକୁ ଯାଉଥିବା ଶଯ୍ୟା, ଅସ୍ତ୍ରୋପଚାର ଗୃହ ଓ ଆଇସିୟୁ ଆଦି ସଂପର୍କରେ ଆଲୋଚନା କରିଥିଲେ। ଉନ୍ନତମାନର ରୋଗୀସେବା ଓ ରୋଗୀଙ୍କ ଯତ୍ନ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ଶ୍ରୀ ଜେନାଙ୍କ ପରିଦର୍ଶନ ସମୟରେ ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତର ଓ ପଦାଧିକାରୀ ଉପସ୍ଥିତ ଥିଲେ।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏମ୍ସ ପରିଦର୍ଶନ
ଏମ୍ସର ସଂପ୍ରସାରଣ ଓ ବିକାଶରେ ସହଯୋଗ କରାଯିବ
/sambad/media/post_attachments/wp-content/uploads/2018/08/health-minster-aiims-visit.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)