କ୍ୟାପିଟାଲ ହସ୍ପିଟାଲ୍‌ ବୁଲିଲେ ସ୍ବାସ୍ଥ୍ୟ ସଚିବ: ହଟିବ ଜଳଖିଆ ଦୋକାନ

ଭୁବନେଶ୍ବର: ସ୍ବାସ୍ଥ୍ୟ ବିଭାଗ ସଚିବ ପଦ​ରେ ଅଧିଷ୍ଠିତ ହେବା ପରେ ପ୍ରଥମ କରି କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଛନ୍ତି ଶାଲିନୀ ପଣ୍ଡିତ୍। ଆଜି ସଚିବଙ୍କ ସହ ନିର୍ଦ୍ଦେଶିକା ଡି. ବୃନ୍ଦା କ୍ୟାପିଟାଲ ହସ୍ପିଟାଲ ମଧ୍ୟରେ ଚାଲିଥିବା ବିଭିନ୍ନ ନିର୍ମା​ଣାଧୀନ ପ୍ରକଳ୍ପ ବୁଲି ଦେଖିଥିଲେ। ଶ୍ରୀମତୀ ପଣ୍ଡିତ୍ ଟ୍ରମା କେୟାର ସେଣ୍ଟର, ପିଜିଆଇଏମ୍‌ଏସ୍‌ଆରର ବିଭିନ୍ନ ପ୍ରକଳ୍ପ ବୁଲି ସେଠାରେ ନିଯୁକ୍ତ ଥିବା ଯନ୍ତ୍ରୀଙ୍କ ସହ ଆଲୋଚନା କରି ନିର୍ଦ୍ଧାରିତ ସମୟ ପୂର୍ବରୁ କାର୍ଯ୍ୟ ସାରିବାକୁ ନିର୍ଦ୍ଦେ​ଶ ଦେଇଥିଲେ। ଏହାସହ ପିଜିଆଇଏମ୍‌ଏସ୍‌ଆର ବିଭିନ୍ନ ଅନ୍ୟସମସ୍ତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ସେହିପରି ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ପରିଚାଳନା ନିର୍ଦ୍ଦେଶିକା ଡି. ବୃନ୍ଦା ହସ୍ପିଟାଲରେ କାର୍ଯ୍ୟକାରୀ ହେଉଥିବା​ ଏନ୍‌ଏଚ୍‌ଏମ୍ ଯୋଜନା ସଂପର୍କରେ ସ୍ଥିତି ଅନୁଧ୍ୟାନ କରିଥିଲେ। ସେହିପରି ରାତିରେ ଖୋର୍ଦ୍ଧା‌ ଜିଲ୍ଲପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କ୍ୟାପିଟାଲ ହସ୍ପିଟାଲକୁ ଆସି କାଜୁଆଲିଟି ଓ ଆହାର କେନ୍ଦ୍ର ବୁଲି ଦେଖିଥିଲେ।

ସମ୍ବନ୍ଧିତ ଖବର