ଗୌତମନଗରରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ଭୁବନେଶ୍ବର: ଗୌତମ ନଗର ଉନ୍ନୟନ ପରିଷଦ ଏବଂ କେୟାର ହସ୍ପିଟାଲ ସହଯୋଗରେ ଗୌତମନଗରସ୍ଥିତ କମ୍ୟୁନିଟି ହଲ୍‌ରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ କେୟାର ହସ୍ପିଟାଲ ମେଡିସିନ ବିଭାଗର ଡା. ସ୍ବରୂପ ଭଞ୍ଜ, ଅର୍ଥୋପେଡିକ୍ ବିଭାଗର ଡା. ରବି ସିଂ, ଦାନ୍ତ ବିଭାଗର ଡା. ପ୍ରିୟଦର୍ଶନୀ ସାହୁ ଯୋଗ ଦେଇ ପ୍ରାୟ ୫୧ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।

କେୟାର ହସ୍ପିଟାଲର ଜିଏମ ଲୋକନାଥ ଦାସ, ପ୍ରବନ୍ଧକ ଦୀପକ ଚୌଧୁରୀ, ପର୍ଶୁଧର ସାମନ୍ତରାୟ, ଶୁଚିସ୍ମିତା ସ୍ବାଇଁ, ଯଶୋବନ୍ତ ବେହେରାଙ୍କ ସମେତ ପରିଷଦର କର୍ମକର୍ତ୍ତା ଅଶୋକ ମହାପାତ୍ର, ବିଶ୍ବରଞ୍ଜନ ମହାପାତ୍ର, ଗୁରୁଚରଣ ଦାସ, ରଜତ ବଲ୍ଲଭ ଦାସ, ଅନଙ୍ଗ ପ୍ରସାଦ ପଟ୍ଟନାୟକ, ଅଶୋକ ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର