୪ ଜିଲ୍ଲାର ୧୮୦ ଶିଶୁଙ୍କ ହୃଦରୋଗ ପରୀକ୍ଷା

ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର : ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଆଜି ଶିଶୁମାନଙ୍କ ସ୍ୱାସ୍ଥ୍ୟର ପରୀକ୍ଷା କରାଯାଇଛି। ବାଙ୍ଗାଲୋରସ୍ଥିତ ନାରାୟର ହୃଦାୟଳୟର ହୃଦରୋଗ ବିଶେଷଜ୍ଞମାନେ କ୍ୟାପିଟାଲ ହସ୍ପିଟାଲରେ ଶିଶୁ ହୃଦରୋଗ ଓ ର୍ୟୁମାଟିକ ହୃଦରୋଗ ଶିବିର ଆୟୋଜିତ କରିଥିଲେ। ଏହି ଶିବିରରେ ପୁରୀ, ଖୋର୍ଧା, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ୧୮୦ଜଣ ପିଲାଙ୍କ ହୃଦୟ ପରୀକ୍ଷା କରାଯାଇଥିଲା।

ଶିବିରରେ ଯେଉଁ ଶିଶୁମାନଙ୍କ ହୃଦ୍‌ରୋଗ ଥିବା ଚିହ୍ନଟ ହେବେ ସେମାନଙ୍କୁ ଆର୍‌ଏସ୍‌ବିକେ କାର୍ଯ୍ୟକ୍ରମରେ ଉପଯୁକ୍ତ ଚିକିତ୍ସା ଥିବା ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ବ୍ୟବସ୍ଥା କରାଯିବ। ଶିବିରକୁ ଜାତୀୟ ସ୍ୱାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ ପରିଦର୍ଶନ କରିଥିଲେ। ଏହାସହ ହୃଦ୍‌ରୋଗ ଚିହ୍ନଟ ପାଇଁ ଆସିଥିବା ଶିଶୁ ଓ ସେମାନଙ୍କ ପିତାମାତାଙ୍କ ସହ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମ ଜରିଆରେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରାୟ ୩୮ଟି ପରୀକ୍ଷା ମାଗଣାରେ କରାଯାଉଥିବା ଜଣାପଡ଼ିଛି। ଏହି ଶିବିରକୁ କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ସି.ଆର ଦାସଙ୍କ ସମେତ ଅନ୍ୟାନ୍ୟ ଡାକ୍ତର ଓ ୪ଟି ଜିଲ୍ଲାର ଡିଇଆଇସି କେନ୍ଦ୍ରର କର୍ମକର୍ତାମାନେ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର