ଶ୍ରବଣ ଶକ୍ତି ଫେରି ପାଇଲେ ଦୁଇ କୁନି ଝିଅ

ଭୁବନେଶ୍ବର : ସାରା ଜୀବନ ପାଇଁ ବଧିର ଆଶଙ୍କା ଥିବା କୋରାପୁଟର ଦୁଇ କୁନି ଝିଅ ନିଜର ଶ୍ରବଣ ଶକ୍ତି ଫେରି ପାଇଛନ୍ତି। ରାଜ୍ୟ ସରକାରଙ୍କ ସହାୟତାରେ ଦୁହିଁଙ୍କ ଏମ୍‌ସରେ ବ୍ୟୟବହୁଳ ଅସ୍ତ୍ରୋପଚାର କରାଯାଇଥିଲା। ଏବେ ଅନ୍ୟ ସାଧାରଣ ପିଲାଙ୍କ ଭଳି ଦୁହେଁ ଶୁଣି ପାରୁଛନ୍ତି।

କୋରାପୁଟ ଜିଲ୍ଲାର କୌଶଲ୍ୟା ଜାନି(୪) ଓ ସଂଧ୍ୟାରାଣୀ ନାୟକ(୫)ଙ୍କୁ ରାଷ୍ଟ୍ରୀୟ ବାଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସ୍‌କେ) ଯୋଜନାରେ ଚିହ୍ନଟ କରାଯାଇଥିଲା। ଦୁହିଁଙ୍କୁ କୋରାପୁଟସ୍ଥିତ ଡିଆଇଇସିରେ ଚିକିତ୍ସା ଜାରି ରହିଥିଲା। ପରବର୍ତୀ ସମୟରେ ଦୁହିଁଙ୍କୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ଦୁହିଁଙ୍କ ସଫଳ କକ୍‌ଲେୟାର ପ୍ରତିରୋପଣ କରାଯାଇଥିଲା। ଏଥିପାଇଁ ୫.୨ଲକ୍ଷ ଟଙ୍କା ଖର୍ଚ ହୋଇଥିବା ଜାତୀୟ ସ୍ବାସ୍ଥ୍ୟ ମିସନର ଏଡିଆଇପି ଯୋଜନାରୁ ଭରଣା କରାଯାଇଛି। ଏବେ ଦୁହିଁଙ୍କୁ କୋରାପୁଟସ୍ଥିତ ଡିଆଇଇସିରେ ଚିକିତ୍ସା କରାଯିବା ସହ ସେମାନେ କିଭଳି କଥାବାର୍ତ୍ତା କରିବେ, ସେଥିପାଇଁ ‘ସ୍ପିଚ୍ ଥେରାପି’ ଦିଆଯିବ। ଦୁହିଁଙ୍କ ଥଇଥାନ ନେଇ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର