ଭୁବନେଶ୍ୱର : ଘଣ୍ଟାଏ ବର୍ଷାରେ ରାଜଧାନୀ ଭୁବନେଶ୍ୱରରେ ହୋଇଗଲା ବନ୍ୟା । ଦେଶର ପ୍ରଥମ ସ୍ମାର୍ଟ ସିଟିଭାବେ ଆଖ୍ୟା ପାଇଥିବା ରାଜଧାନୀ ଭୁବନେଶ୍ୱରରେ ଭାସିଲା କାର, ବାଇକ ଓ ସାଇକେଲ । ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ଅଞ୍ଚଳ ସୌଭାଗ୍ୟ ନଗର, ଇସ୍କନ ମନ୍ଦିର ଏବଂ ସିଆରପି ଛକରେ ଅସରାଏ ବର୍ଷାରେ ରାସ୍ତାରେ ଯାନ ବାହାନ ଭାସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଏବଂ ଭୁବନେଶ୍ୱରର ଏଭଳି ବନ୍ୟା ପରିସ୍ଥିତିକୁ ଲୋକମାନେ ଭିଡିଓ କରି ମୋବାଇଲରୁ ମୋବାଇଲ ଭାଇରାଲ କରୁଛନ୍ତି ।
/sambad/media/post_attachments/wp-content/uploads/2018/06/bbsr-4-300x225.jpg)
ଜାତୀୟ ରାଜପଥରେ ଏଭଳି ବନ୍ୟା ପରିସ୍ଥିତି ଦେଖି ଆଶ୍ଚର୍ଯ୍ୟ ରାଜଧାନୀବାସୀ । କାରଣ ଦେଶର ପ୍ରଥମ ସ୍ମାର୍ଟ ସିଟିରେ ଏଭଳି ଘଣ୍ଟାଏ ବର୍ଷା ହେବାରୁ ବନ୍ୟାଞ୍ଚଳ ରୂପରେ ପରିଣତ ହୋଇଛି । ଅନେକ ସ୍ଥାନରୁ ନିଷ୍କାସନ ହୋଇପାରୁ ନାହିଁ ବର୍ଷା ଜଳ ।
/sambad/media/post_attachments/wp-content/uploads/2018/06/577f622f-148b-4c8b-bccf-706954b92054-1-300x225.jpg)
ବିଏମସି ତରଫରୁ ରାଜଧାନୀର ପ୍ରମୁଖ ଅଞ୍ଚଳରେ ବର୍ଷା ପାଣି ନିଷ୍କାସନ ପାଇଁ ଅନେକ ସମୟରେ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ବର୍ଷା ଦିନରେ ସମସ୍ତ ଜଳ ନିଷ୍କାସନ ପଥ ଅବରୋଧ ହୋଇ ପଡୁଛି । ବିଶେଷ କରି ୱାଟର ଡ୍ରେନେଜ ବ୍ୟବସ୍ଥାର ରକ୍ଷଣା ବେକ୍ଷଣ କରିବାରେ ଅବହେଳା କରୁଛନ୍ତି ବିଏମସି କର୍ତ୍ତୁପକ୍ଷ ବୋଲି ଅଭିଯୋଗ କରିଛନ୍ତି ସାଧାରଣଲୋକ । ତେଣୁ ଘଣ୍ଟାଏ ବର୍ଷାରେ ଏଭଳି ଉପାନ୍ତ ଅଞ୍ଚଳ ଭଳି ରାଜଧାନୀରେ ମଧ୍ୟ ବନ୍ୟା ପରିସ୍ଥିତି ଉପୁଜୁଥିବା ଲୋକମାନେ ଅଭିଯୋଗ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/bbsr1-2.jpg)