ଭୁବନେଶ୍ୱର: ହେଲୋ... ହେଲୋ.. ଭୁବନେଶ୍ୱର ଏୟାରପୋର୍ଟ...। ମୁଁ ପରିଡ଼ା କହୁଛି। ଘର ଖଣ୍ଡଗିରିରେ। ଲୋକାଲ ଟୋକା। ମୋ ଘର ଛାତ ଉପର ଦେଇ ଡେଲି ଫ୍ଲାଇଟ୍ ଯାଉଛି। ମୋର ଗୋଟେ ଗଞ୍ଜେଇ ଅଖା ବମ୍ବେ ପଠାଇ ଦେବ। ଖାଲି ଗଞ୍ଜେଇ କାହିଁକି ଡ୍ରଗ୍ସ ବି ପଠେଇବି। କେମିତି ପାର୍ସଲ କରିବ, କେମିତି ପଠାଇବ, କେମିତି ଟିକଟ୍ କରିବ ସେ କଥା ତୁମେ ବୁଝିବ। ନ ହେଲେ...ଦେଖିବ। ଆଉ ତା’ ପରେ ଯାହା ହେବ ମୋ ଦୋଷ ଦେବନି। ଗତ ସପ୍ତାହେ ହେବ ଭୁବନେଶ୍ୱର ବିମାନବନ୍ଦର ନିର୍ଦେଶକଙ୍କ ଲ୍ୟାଣ୍ଡ ଲାଇନ୍ ଫୋନ୍ ନମ୍ବରକୁ ଏଭଳି ଫୋନ୍ କଲ ଲଗାତାର ଭାବେ ଆସୁଛି। ତେବେ ଆଜି ଏ ନେଇ ବିମାନବନ୍ଦର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତା ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଗ୍ରହଣ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ନିଜେ ଡିସିପି ଅନୁପ ସାହୁ ବିମାନବନ୍ଦର ଯାଇ ଯାଞ୍ଚ କରିଛନ୍ତ। ନିର୍ଦେଶକ ଶ୍ରୀ ହୋତାଙ୍କ ଅଭିଯୋଗ ଅନୁଯାୟୀ, କେହି ଜଣେ ବ୍ୟକ୍ତି ନିଜକୁ ପରିଡ଼ା ବାବୁ ବୋଲି ପରିଚୟ ଦେଇ ଗତ କିଛି ଦିନ ହେବ ଫୋନ୍ ନମ୍ବର ୭୮୭୩୬୦୫୯୩୩ରୁ ଧମକପୂର୍ଣ କଲ୍ କରୁଛି। ପଚାରିଲେ ଓଲଟି ଗାଳିଗୁଲଜ କରୁଛି। କଥାବାର୍ତାରୁ ସେ ନିଶା ସେବନ କରିଥିବା ଜଣାପଡ଼ୁଛି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସେହି ମୋବାଇଲ୍ ନମ୍ବରକୁ ନେଇ ଖୋଳତାଡ଼ ଆରମ୍ଭ କରିଛି।
ହେଲୋ ପରିଡ଼ା କହୁଛି...
ବିମାନରେ ଗଞ୍ଜେଇ ବସ୍ତା ଯିବ ନ ହେଲେ... ଦେଖିବ
/sambad/media/post_attachments/wp-content/uploads/2018/05/mobile-takling.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)