ମିସ୍ତ୍ରିଙ୍କ ଝିଅକୁ ଅପହରଣ କରି ହେଲ୍‌ପର ଗିରଫ

ଖଣ୍ଡଗିରି : ଜଣେ ନାବାଳିକାକୁ ପ୍ରେମରେ ଫସାଇ ଅପହରଣ କରି ନେଇଥିବା ଅଭିଯୋଗରେ ରବିବାର ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲା ସହିଦନଗର ମଙ୍ଗଳାବସ୍ତିରେ ରହୁଥିବା ଖୋର୍ଧା ବାଣପୁରର ଅବିନାଶ ନାଏକ(୨୧)। ନାବାଳିକାକୁ ଉଦ୍ଧାର କରି ପୁଲିସ ଡାକ୍ତରୀ ପରୀକ୍ଷା କରାଇବା ପରେ ପରିବାର ଜିମା ଦେଇଛି। ସୂଚନାନୁସାରେ ଘାଟିକିଆ ଅଞ୍ଚଳରେ ରହୁଥିବା ଜଣେ ରାଜମିସ୍ତ୍ରି ପାଖରେ ହେଲ୍‌ପର ଭାବେ ଅବିନାଶ କାମ କରୁଥିଲା। ତେଣୁ ମିସ୍ତ୍ରିଙ୍କ ଘରକୁ ଅବାଧ ଯା’ଆସ ଭିତରେ ଅବିନାଶ ତାଙ୍କ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୧୩ ବର୍ଷର ଝିଅକୁ ପ୍ରେମରେ ଫସାଇ ଦେଇଥିଲା। ଗତ ୨୧ ତାରିଖରେ ନାବାଳିକା ସ୍କୁଲକୁ ଯାଉଥିବାବେଳେ ଅବିନାଶ ତାକୁ ବାଟରୁ ଅପହରଣ କରିନେଇଥିଲା। ସେହିଦିନ ସନ୍ଧ୍ୟାରେ ଝିଅ ଘରକୁ ନ ଫେରିବାରୁ ମିସ୍ତ୍ରି ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ। ଛାନ୍‌ଭିନ୍ ପରେ ହେଲ୍‌ପର ଅବିନାଶ ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର