ରକ୍ତକର୍କଟ ପୀଡ଼ିତ ୨୫ ଶିଶୁଙ୍କୁ ଆର୍ଥିକ ସହାୟତା

ଭୁବନେଶ୍ୱର : ଗରିବ ଶ୍ରେଣୀର ରୋଗୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଆସୁଥିବା ‘ଦୟା ଧର୍ମ ସେବା ଟ୍ରଷ୍ଟ୍‍’ ପକ୍ଷରୁ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ୍‌ କଲେଜରେ ୨୫ ଜଣ ରକ୍ତକର୍କଟ ପୀଡ଼ିତ ଶିଶୁଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କଲେଜର ହେମୋଟୋଲୋଜି ବିଭାଗରେ ଟ୍ରଷ୍ଟ୍‍ର ସଦସ୍ୟମାନେ ବୁଲି ଦେଖିବା ସହ ଏହି ଶିଶୁମାନଙ୍କୁ କିଞ୍ଚିତ୍‌ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସନ୍ତୋଷ କୁମାର ନାୟକ, ସନ୍ତୋଷ କୁମାର ତ୍ରିପାଠୀ, ଗଗନ ବିହାରୀ ପାଇତାଲ୍‌, ଦେବଦାସ ମହାନ୍ତି, ଜ୍ୟୋତି ଶଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ସହାୟତା ପ୍ରଦାନ କରିଥିଲେ। ଟ୍ରଷ୍ଟ୍‍ ପକ୍ଷରୁ ପ୍ରତ୍ୟେକ ମାସରେ ଏହିଭଳି ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ସନ୍ତୋଷ ନାୟକ। ଲୋକଙ୍କଠାରୁ ରସିଦ୍‌ ଦେଇ ସହଯୋଗ ରାଶି ଆଦାୟ କରିବା ସହ କିଛି ସଭ୍ୟ ଭାବେ ଏହି ଟ୍ରଷ୍ଟ୍‍ ସହିତ ସାମିଲ୍‌ ହୋଇ ଏହିଭଳି ସେବାରେ ନିୟୋଜିତ ହୋଇଛନ୍ତି।

ସମ୍ବନ୍ଧିତ ଖବର