କୁଖ୍ୟାତ ଚୋର ହେମନ୍ତ ଦାସ ଗିରଫ: ବିମାନରେ ଉଡ଼ି କରୁଥିଲା ଚୋରି

୩୬ ବର୍ଷରେ ୫୦୦ ଅପରାଧ, ମୁମ୍ବାଇର ତାଜ୍ ହୋଟେଲ, କୋଲକାତାର ସୋନାଗାଚ୍ଛିରେ କରୁଥିଲା ଅୟସ

କଟକ: ୮୦ ଦଶକରେ ମୁମ୍ବାଇର ତାଜ୍ ହୋଟେଲରେ ରହି ଅପରାଧର ମାଷ୍ଟରପ୍ଲାନ୍ ରଚିଥିବା କୁଖ୍ୟାତ ଅପରାଧୀ ହେମନ୍ତ କୁମାର ଦାସ ପୁଲିସ ଜାଲରେ ପଡ଼ିଛି। ବାଦାମବାଡ଼ି ଥାନା ପୁଲିସ ଭୁବନେଶ୍ବର ଲିଙ୍ଗରାଜ ଥାନା ହାଟସାହିର ୫୯ ବର୍ଷୀୟ ହେମନ୍ତକୁ ଗିରଫ କରିଛି। ୧୯୮୬ରୁ ଅପରାଧ ଦୁନିଆକୁ ଆସିଥିବା ହେମନ୍ତ ଓଡ଼ିଶାରେ ଏକୁଟିଆ ୧୧୦ଟି ଚୋରି କରିଥିବା ପୁଲିସ ରେକର୍ଡ କହୁଛି। କିନ୍ତୁ ସେ ୫୦୦ରୁ ଅଧିକ ଚୋରି ଏକୁଟିଆ କରିଛି, ଯାହାର ହିସାବ ନିଜେ ହେମନ୍ତ ପୁଲିସକୁ ଦେଇଛି। ଏସବୁ ଚୋରି ଅଭିଯୋଗ ଥାନାରେ ପଞ୍ଜୀକରଣ ହୋଇନାହିଁ। ଚୋରି କରିଥିବା ଟଙ୍କା ଓ ଅଳଙ୍କାରରେ ବିମାନରେ ଯାଇ ମୁମ୍ବାଇର ତାଜ୍ ଭଳି ବିଳାସପୂର୍ଣ୍ଣ ହୋଟେଲରେ ଅୟସ କରିବା ଓ ମଦ ପିଇ ଦେହଜୀବୀଙ୍କ ସହିତ ରାତି କଟାଇବା ତାର ସଉକ ଥିଲା। ପୁଲିସ ହେମନ୍ତର ରାଜ୍ୟ ବାହାରେ କରିଥିବା ଅପରାଧ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଥିବା ସୂଚନା ମିଳିଛି।

ବାଦାମବାଡ଼ି ବିକାଶ ନଗର ଅଞ୍ଚଳର ପ୍ରତାପ ଚନ୍ଦ୍ର ଦାସଙ୍କ ଘର ଓ ଅଫିସର ଘର ତାଲା ଭାଙ୍ଗି ଗତ ଜାନୁଆରି ୨୯ ତାରିଖରେ ବଡ଼ଧରଣର ଚୋରି ହୋଇଥିଲା। ଘରୁ ଦୁର୍ବୃତ୍ତ ୩ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିଥିବା ବେଳେ ଅଫିସରୁ ନଗଦ ୫୦ହଜାର ଟଙ୍କା, ଚେକ୍ ବହି ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟିଥିବା ସମ୍ପର୍କରେ ୩୦ ତାରିଖରେ ବାଦାମବାଡ଼ି ଥାନାରେ ଏତଲା ହୋଇଥିଲା। ପୁଲିସ ଘଟଣାର ତଦନ୍ତ ପରେ ହେମନ୍ତ ଏଭଳି କାଣ୍ଡ ଘଟାଇଥିବା ଜାଣିବାକୁ ପାଇଥିଲା। ଏହି ଲୁଟ୍ ପରେ ସେ ଅଳଙ୍କାରକୁ ବାରଙ୍ଗ ଦାଢ଼ାପାଟଣା ଅଞ୍ଚଳର ବୈଦ୍ୟନାଥ ସାହୁ ନାଁରେ ଜଣେ ବଣିଆକୁ ବିକ୍ରି କରିଥିବା ଜଣାପଡ଼ିଥିଲା। ପୁଲିସ ଉଭୟଙ୍କୁ ଗିରଫ କରିଛି। ଏମାନଙ୍କ ନିକଟରୁ ୪ ହଳ ସୁନା କାନଫୁଲ, ସୁନା ଓ ବ୍ରୋଞ୍ଜ ମିଶା ଚୁଡ଼ି, ୨ଟି ସୁନା ଚେନ୍, ୪ ହଳ ସୁନା ମୁଦି, ରୁପା ମୁକୁଟ, ଦୁଇ ହଳ ରୁପା ପାଉଁଜି, ଗୋଟିଏ ନକଲି ଆଧାରକାର୍ଡ, ମୋବାଇଲ୍ ଫୋନ, ନଗଦ ୨୨ହଜାର ଟଙ୍କା, ଗ୍ରିଲ ଭାଙ୍ଗିବାରେ ବ୍ୟବହାର ହେଉଥିବା ଦୁଇଟି ସେଣୀ ଜବତ ହୋଇଛି। ମୋଟ ୪୦ ଗ୍ରାମ ଓଜନର ସୁନା ଗହଣା, ୨୫୦ ଗ୍ରାମ ରୁପା ଜବତ ହୋଇଛି।କଟକ, ୭।୨ (ଇମିସ): ୮୦ ଦଶକରେ ମୁମ୍ବାଇର ତାଜ୍ ହୋଟେଲରେ ରହି ଅପରାଧର ମାଷ୍ଟରପ୍ଲାନ୍ ରଚିଥିବା କୁଖ୍ୟାତ ଅପରାଧୀ ହେମନ୍ତ କୁମାର ଦାସ ପୁଲିସ ଜାଲରେ ପଡ଼ିଛି। ବାଦାମବାଡ଼ି ଥାନା ପୁଲିସ ଭୁବନେଶ୍ବର ଲିଙ୍ଗରାଜ ଥାନା ହାଟସାହିର ୫୯ ବର୍ଷୀୟ ହେମନ୍ତକୁ ଗିରଫ କରିଛି। ୧୯୮୬ରୁ ଅପରାଧ ଦୁନିଆକୁ ଆସିଥିବା ହେମନ୍ତ ଓଡ଼ିଶାରେ ଏକୁଟିଆ ୧୧୦ଟି ଚୋରି କରିଥିବା ପୁଲିସ ରେକର୍ଡ କହୁଛି। କିନ୍ତୁ ସେ ୫୦୦ରୁ ଅଧିକ ଚୋରି ଏକୁଟିଆ କରିଛି, ଯାହାର ହିସାବ ନିଜେ ହେମନ୍ତ ପୁଲିସକୁ ଦେଇଛି। ଏସବୁ ଚୋରି ଅଭିଯୋଗ ଥାନାରେ ପଞ୍ଜୀକରଣ ହୋଇନାହିଁ। ଚୋରି କରିଥିବା ଟଙ୍କା ଓ ଅଳଙ୍କାରରେ ବିମାନରେ ଯାଇ ମୁମ୍ବାଇର ତାଜ୍ ଭଳି ବିଳାସପୂର୍ଣ୍ଣ ହୋଟେଲରେ ଅୟସ କରିବା ଓ ମଦ ପିଇ ଦେହଜୀବୀଙ୍କ ସହିତ ରାତି କଟାଇବା ତାର ସଉକ ଥିଲା। ପୁଲିସ ହେମନ୍ତର ରାଜ୍ୟ ବାହାରେ କରିଥିବା ଅପରାଧ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଥିବା ସୂଚନା ମିଳିଛି।

ବାଦାମବାଡ଼ି ବିକାଶ ନଗର ଅଞ୍ଚଳର ପ୍ରତାପ ଚନ୍ଦ୍ର ଦାସଙ୍କ ଘର ଓ ଅଫିସର ଘର ତାଲା ଭାଙ୍ଗି ଗତ ଜାନୁଆରି ୨୯ ତାରିଖରେ ବଡ଼ଧରଣର ଚୋରି ହୋଇଥିଲା। ଘରୁ ଦୁର୍ବୃତ୍ତ ୩ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିଥିବା ବେଳେ ଅଫିସରୁ ନଗଦ ୫୦ହଜାର ଟଙ୍କା, ଚେକ୍ ବହି ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟିଥିବା ସମ୍ପର୍କରେ ୩୦ ତାରିଖରେ ବାଦାମବାଡ଼ି ଥାନାରେ ଏତଲା ହୋଇଥିଲା। ପୁଲିସ ଘଟଣାର ତଦନ୍ତ ପରେ ହେମନ୍ତ ଏଭଳି କାଣ୍ଡ ଘଟାଇଥିବା ଜାଣିବାକୁ ପାଇଥିଲା। ଏହି ଲୁଟ୍ ପରେ ସେ ଅଳଙ୍କାରକୁ ବାରଙ୍ଗ ଦାଢ଼ାପାଟଣା ଅଞ୍ଚଳର ବୈଦ୍ୟନାଥ ସାହୁ ନାଁରେ ଜଣେ ବଣିଆକୁ ବିକ୍ରି କରିଥିବା ଜଣାପଡ଼ିଥିଲା। ପୁଲିସ ଉଭୟଙ୍କୁ ଗିରଫ କରିଛି। ଏମାନଙ୍କ ନିକଟରୁ ୪ ହଳ ସୁନା କାନଫୁଲ, ସୁନା ଓ ବ୍ରୋଞ୍ଜ ମିଶା ଚୁଡ଼ି, ୨ଟି ସୁନା ଚେନ୍, ୪ ହଳ ସୁନା ମୁଦି, ରୁପା ମୁକୁଟ, ଦୁଇ ହଳ ରୁପା ପାଉଁଜି, ଗୋଟିଏ ନକଲି ଆଧାରକାର୍ଡ, ମୋବାଇଲ୍ ଫୋନ, ନଗଦ ୨୨ହଜାର ଟଙ୍କା, ଗ୍ରିଲ ଭାଙ୍ଗିବାରେ ବ୍ୟବହାର ହେଉଥିବା ଦୁଇଟି ସେଣୀ ଜବତ ହୋଇଛି। ମୋଟ ୪୦ ଗ୍ରାମ ଓଜନର ସୁନା ଗହଣା, ୨୫୦ ଗ୍ରାମ ରୁପା ଜବତ ହୋଇଛି।

ହେମନ୍ତର ଅପରାଧ ଫର୍ଦ୍ଦ
ପୁରୀ ସଦର ଥାନାରେ ଗୋଟିଏ ମାମଲା, କୁମ୍ଭାରପଡ଼ା ଥାନାରେ ୨ଟି, ପୁରୀ ଟାଉନରେ ଦୁଇଟି, ପୁରୀ ବାଲିସାହିରେ ଗୋଟିଏ, ଗୋପରେ ଗୋଟିଏ, ପୁରୀ ସଦରରେ ଗୋଟିଏ, ବାଲୁଗାଁରେ ୮ଟି, ଲିଙ୍ଗରାଜ ଥାନାରେ ୨୧ଟି ମାମଲା, ବଡ଼ଗଡ଼ ଥାନାରେ ୧୭ଟି ମାମଲା, କ୍ୟାପିଟାଲ୍ ଥାନାରେ ୪ଟି ମାମଲା, ଚନ୍ଦ୍ରଶେଖର ଥାନାରେ ଗୋଟିଏ, ନୂଆପଲ୍ଲୀ ଥାନାରେ ଗୋଟିଏ, ଲକ୍ଷ୍ମୀସାଗର ଥାନାରେ ୪ଟି, ଖଣ୍ଡଗିରିରେ ଗୋଟିଏ, ସହିଦନଗର ଥାନାରେ ୧୬ଟି, ଭୁବନେଶ୍ବରରେ ତିନୋଟି, ମଙ୍ଗଳାବାଗ ଥାନାରେ ଦୁଇଟି, ପୁରୀଘାଟ ଥାନାରେ ଦୁଇଟି, ବାଦାମବାଡ଼ିରେ ୪ଟି, ବଡ଼ଚଣା ଥାନାରେ ଗୋଟିଏ, ବରଗଡ଼ ଥାନାରେ ଗୋଟିଏ, ବାଣପୁର କୋର୍ଟରେ ଗୋଟିଏ ମାମଲା, ଅନୁଗୁଳ ଥାନାରେ ୪ଟି, ବ୍ରହ୍ମପୁର ଗୋସାଣୀ ନୂଆଗାଁରେ ଗୋଟିଏ, କେ.ଭି ନଗର ଥାନାରେ ୮ଟି ମାମଲା ରହିଛି। ଏହିପରି ମୋଟ ୧୧୦ ମାମଲା ରାଜ୍ୟର ବିଭିନ୍ନ ଥାନାରେ ରହିଛି। ସେହିପରି ବଣିଆ ବୈଦ୍ୟନାଥ ସାହୁ ବିରୋଧରେ ୧୨ଟି ମାମଲା ରହିଛି। ମଧୁପାଟଣା, ବାରଙ୍ଗ, କଟକ ସଦର, ମଞ୍ଚେଶ୍ବର, ବାଲିଅନ୍ତା, ନୂଆପଲ୍ଲୀ, ପୁରୀଘାଟ ଓ ବାଦାମବାଡ଼ି ଥାନାରେ ଚୋରି ଓ ଡକାୟତି ଭଳି ଅପରାଧିକ ମାମଲା ରହିଛି। ହେମନ୍ତ ଯେଉଁ ସୁନା ଅଳଙ୍କାର ଚୋରି କରୁଥିଲା, ତାକୁ ଅନେକ ସମୟରେ ବୈଦ୍ୟନାଥକୁ ବି ଦେଉଥିଲା। ବୈଦ୍ୟନାଥ ୨୦୦୮ ମସିହାରୁ ଚୋରି ଓ ଚୋରା ସୁନା ଅଳଙ୍କାର କିଣିବା ଭଳି କାରନାମାରେ ନିଜକୁ ସାମିଲ କରିଦେଇଥିଲା। ମୟୂରଭଞ୍ଜରେ ଏକ ଚୋରି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିବା କୁହାଯାଉଥିବା ବେଳେ ପୁଲିସ ଏନେଇ ଅଧିକ ତଦନ୍ତ କରୁଛି। ୩୬ବର୍ଷର ଅପରାଧ ଦୁନିଆରେ କେତେଥର ସେ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛି, ପୁଲିସ ସେ ନେଇ ଅଧିକ ଅନୁସନ୍ଧାନ ଚଳାଇଛି।

ଖୋର୍ଧା ଏସ୍‌ପିଙ୍କ ନିଦ ହଜାଇଥିଲା
ହେମନ୍ତ ୧୯୮୬ରେ ଅପରାଧ ଦୁନିଆରେ ପାଦ ଦେଇଥିଲା। ସେହିବର୍ଷ ଭୁବନେଶ୍ବରରେ ଉତ୍ପାତ କରିଥିଲା ହେମନ୍ତ। ପ୍ରଥମ ବର୍ଷରେ ବିଳମ୍ବିତ ରାତିରେ ୬ଟି ସମାନଧରଣର ଚୋରି କରିଥିଲା। ବଡ଼ଗଡ଼ ଅଞ୍ଚଳରେ ୪ଟି ଓ ଲିଙ୍ଗରାଜ ଅଞ୍ଚଳରେ ଦୁଇଟି ଚୋରି କରିଥିଲା। ସେତେବେଳେ ଖୋର୍ଧା ଏସପିଙ୍କ ଅଧୀନରେ ଥାଏ ଭୁବନେଶ୍ବର। ଖୋର୍ଧା ଏସପିଙ୍କ ନିଦ ହଜାଇ ଦେଇଥିଲା ହେମନ୍ତ। ଏହା ପରଠାରୁ ସେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିଲା। ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ବି ଅପରାଧିକ ମାମଲାରେ ସମ୍ପୃକ୍ତ ରହିଛି। ମୁଖ୍ୟତଃ ଚୋରି, ସିନ୍ଧିଚୋରି ଭଳି ଅପରାଧ ସେ ଏକୁଟିଆ କରୁଥିଲା।

ହେମନ୍ତର ଟାର୍ଗେଟ୍ ଗଳି ଓ ଫାଙ୍କା ଘର
ହେମନ୍ତ ରାଜ୍ୟ ବାହାରେ ମହାରାଷ୍ଟ୍ର କିମ୍ବା କୋଲକାତା ଚୋରି କରିବାକୁ ଗଲେ ବିମାନରେ ଯାଉଥିଲା। ଓଡ଼ିଶା ଭିତରେ ଯେଉଁ ଜିଲ୍ଲାକୁ ଚୋରି କରିବାକୁ ଯାଏ ଟ୍ରାଭେଲସରୁ କାର୍ ନିଏ। ଉକ୍ତ ଜିଲ୍ଲାରେ ପ୍ରଥମେ ଏକ ଦାମୀ ହୋଟେଲରେ ରୁହେ। ଯେଉଁ ଘରେ ଚୋରି କରେ, ସେହି ଘର ଚାରିପଟେ ଗୋଟିଏ ଦିନ ପୂର୍ବରୁ ରେକି କରେ। ଘରେ ତାଲା ପଡ଼ିଛି କି ନାହିଁ, ନଜର ରଖେ। ଘରଟି ଫାଙ୍କା ସ୍ଥାନ କିମ୍ବା ଗଳି ଅଞ୍ଚଳରେ ହୋଇଥିଲେ ଚୋରି କରିବାକୁ ନିଷ୍ପତ୍ତି ନିଏ। ଫାଙ୍କା ସ୍ଥାନରେ ଚୋରି କରିବା ଅଧିକ ସୁରକ୍ଷିତ ହୋଇଥିବା ବେଳେ ଗଳି ଅଞ୍ଚଳ ହୋଇଥିଲେ ସେଠାରେ ପୁଲିସର ପିସିଆର୍ ଭ୍ୟାନ୍ ଯିବାର ଭୟ ନଥାଏ। ଲୁହା ସେଣିରେ ଘରର ତାଲା ଭାଙ୍ଗି ଚୋରି କରେ। ଯେଉଁଦିନ ସେ ଚୋରି କରିବାକୁ ଯାଏ ସେଦିନ ବସ୍‌ରେ ଯିବା ଆସିବା କରେ। ଚୋରି କରିଥିବା ସୁନା, ଟଙ୍କା ଧରି ବସ୍‌ରେ ଘରକୁ ଫେରିଆସେ। ସୁନାକୁ କଟକର ବାରଙ୍ଗ, ଅନୁଗୁଳ, ପୁରୀ ଅଞ୍ଚଳରେ ଥିବା ନିର୍ଦ୍ଦିଷ୍ଟ ବଣିଆଙ୍କ ନିକଟରେ ବିକ୍ରି କରିଦିଏ।

ସମ୍ବନ୍ଧିତ ଖବର