ଭୁବନେଶ୍ବର: ଶ୍ବେତ ସଂକେତ ସାରସ୍ୱତ ମଞ୍ଚର ହେମନ୍ତ ଆସର ରାଜଧାନୀ କଳା ସଂସଦ ପରିସରରେ ଅନୁଷ୍ଠିତ ହୋଇଯାଇଛି। ‘ସାହିତ୍ୟ ଉତ୍ତରାୟଣ’ ଶୀର୍ଷକ ଆଲୋଚନାଚକ୍ରରେ ସୁଚେତା ରାଉତ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ଅତିଥିଭାବେ ପ୍ରାକ୍ତନ ଶିକ୍ଷାଧିକାରୀ ଡ. ପ୍ରଫୁଲ୍ଲ କୁମାର ରଥ ଯୋଗ ଦେଇ ସାହିତ୍ୟ ଉତ୍ତରାୟଣ ବିଷୟରେ ଆଲୋକପାତ କରିଥିଲେ।
ଅନୁଷ୍ଠାନର ପ୍ରତିଷ୍ଠାତା ଦେବେନ୍ଦ୍ର ନାଥ ଦାସ ପ୍ରାରମ୍ଭିକ ଭାଷଣ ଦେଇଥିଲେ। ଏହି ଅବସରରେ ୨୫ରୁ ଅଧିକ କବି ସ୍ବରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସହସମ୍ପାଦକ ମନୋଜ କୁମାର ଜେନା ଧନ୍ୟବାଦ ଦେଇଥିଲେ।