ଡାଏଲିସିସ୍‌ରେ ବି ବ୍ୟାପିପାରେ ହେପାଟାଇଟିସ୍‌

ଭୁବନେଶ୍ୱର : ଡାଏଲିସିସ୍‌ ଜରିଆରେ ମଧ୍ୟ ହେପାଟାଇଟିସ୍‌ ବ୍ୟାପିଥାଏ। ରକ୍ତ ବିଶୁଦ୍ଧ ପାଇଁ ଡାଏଲିସିସ୍‌ କରୁଥିବା ରୋଗୀଙ୍କ ହେପାଟାଇଟି ବି କିମ୍ବା ସି ସଂକ୍ରମଣ ହେବାର ଅଧିକ ଆଶଙ୍କା ରହିଛି। ରକ୍ତ ପ୍ରବାହ ସହିତ ଏହାର ସିଧା ସଂପର୍କ ଥିବାରୁ ଏହି ଆଶଙ୍କା ଅଧିକ ରହିଥାଏ ବୋଲି କହିଛନ୍ତି ଆପୋଲୋ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ଓ ହେପାଟୋଲୋଜି ବିଭାଗର ବରିଷ୍ଠ ପରାମର୍ଶଦାତା ଡା.ସୁଶାନ୍ତ ସେଠୀ।

ଶ୍ରୀ ସେଠୀ କହିଛନ୍ତି ଯେ, ହେପାଟାଇଟିସ୍‌ ଯୋଗୁଁ ପ୍ରତିବର୍ଷ ୧୬ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। ବିଭିନ୍ନ କାରଣ ପାଇଁ ଦିନକୁ ୧୦ଲକ୍ଷ ଲୋକଙ୍କ ଡାଏଲିସିସ୍‌ କରାଯାଉଛି। ଡାଏଲିସିସ୍‌ କରାଉଥିବା ରୋଗୀମାନେ ସେମାନେ ପୂର୍ବରୁ ହେପାଟାଇଟିସ୍‌ ସଂକ୍ରମଣର ପରୀକ୍ଷା କରାଇନେବା ଦରକାର। ଯେଉଁ ସବୁ ଉପକରଣ ବ୍ୟବହାର ହେଉଛି ସେଥିପାଇଁ ଧ୍ୟାନ ଦେବା ଦରକାର। ଡାଏଲିସିସ୍‌ କରିବା ପୂର୍ବରୁ ମେସିନକୁ ଠିକ୍‌ ଭାବେ ଷ୍ଟେରିଲାଇଜ କରାଯାଇଛି କି ନାହିଁ ତାହା ନିଶ୍ଚିତ କରାଯିବା ଆବଶ୍ୟକ। ୮/୧୦ପ୍ରତିଶତ ରୋଗୀଙ୍କଠାରେ ଏଭଳି ସଂକ୍ରମଣ ହେବାର ଆଶଙ୍କା ରହିଥାଏ। ସଂକ୍ରମଣ ବହୁତ ଧୀର ଗତିରେ ହେଉଥିବାରୁ ରୋଗୀ ଏ ବିଷୟରେ କିଛି ଜାଣିପାରି ନ ଥାନ୍ତି। ଡାଏଲିସିସ୍‌ ୟୁନିଟରେ ଉଚ୍ଚ ମାନର ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବା ଜରୁରୀ ବୋଲି ଡା.ସେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର