ଭୁବନେଶ୍ବର: ପରିଚୟ ଫାଉଣ୍ଡେସନ ପକ୍ଷରୁ ନୂଆଦିଲ୍ଲୀ କନ୍‌ଷ୍ଟିଚ୍ୟୁଟ୍‌ସନ୍‌ କ୍ଲବ୍‌ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଷ୍ଟମ ପରମ୍ପରା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି। ୧୬ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେମାନେ ହେଲେ କ୍ରିଷନ୍‌ କୁମାର ଗୁପ୍ତା, ଏଏନ୍‌ ବର୍ମା, ସମାଜସେବୀ ପ୍ରଭାସ ଆଚାର୍ଯ୍ୟ, ଗାର୍ଗୀ ସେଠ୍‌, ଅଜୟ ରୁସ୍ତମ ସାପୋରୀ, ଉର୍ବି ଅଗ୍ରୱାଲ, ସୁବାସ ୟଶୱନ୍ତ ଡାଲ୍‌ଭି, ଗିରିଜା ପଟ୍ଟନାୟକ, ଦେବାଶିଷ ମୁଖାର୍ଜୀ, ନିଶା କୋହଲି, ସୁନନ୍ଦା ରାଓ, ସ୍ନେହାଶିଷ ଦାସ, ଭୂଷଣ ବାଲା ସାହେବ ଯାଦବ, ଗୌରବ ଗୁପ୍ତା, ଇନ୍ଦର କୁମାର ଗୋଏଲ ଓ ଅନନ୍ତନୀ ମିଶ୍ର।

Advertisment

କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ପ୍ରସନ୍ନ ପାଟ୍ଟଶାଣୀ, କଥକ ନୃତ୍ୟଶିଳ୍ପୀ ଶୋଭନା ନାରାୟଣ, ଓଡ଼ିଶୀ ନୃତ୍ୟଗୁରୁ ସେରନ ଲୋଏନ୍‌, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଅବସରପ୍ରାପ୍ତ ପ୍ରଶାସକ ଅମରେନ୍ଦ୍ର ଖଟୁଆ, ଆଇନଜୀବୀ ମୁକୁଲ ବର୍ମା, ଅଭୟ ରୁସ୍ତମ ସାପୋରୀ, ମନୀଷ ଚୌଧୁରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଫାଉଣ୍ଡେସନର ପ୍ରତିଷ୍ଠାତା ରୋଜାଲିନ୍‌ ପାଟ୍ଟଶାଣୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।