ପୁରୁଣା ଭୁବନେଶ୍ୱର : ଏକାମ୍ର କ୍ଷେତ୍ରରେ ଐତିହ୍ୟ ସୂଚନା ଫଳକ ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି। ବିଭିନ୍ନ ମନ୍ଦିର ଓ ଐତିହ୍ୟ କୀର୍ତିରାଜିରେ ବିଏମ୍ସି ପକ୍ଷରୁ ଲଗାଯାଉଛି ଐତିହ୍ୟ ସୂଚନା ଫଳକ। ସୂକ୍ଷ୍ମ କାରୁକାର୍ଯ୍ୟ ମୂର୍ତି ତିଆରି ହୋଇ ସୂଚନା ଫଳକ ଲଗାଯାଉଛି। ଯାହା ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ବାଟ ଦେଖାଇବ। ସ୍ବାଗତ ସଖୀ, ସ୍ବାଗତ ସିଂହ ମୂର୍ତି ଥିବା ଏହି ଫଳକ ୨୫ଟି ସ୍ଥାନରେ ଲଗା ଯାଇଥିବା ବେଳେ ଆହୁରି ୩୧ଟି ଲଗାଯିବ। ସେହିପରି ବିଭିନ୍ନ ଗଳି, ରାସ୍ତାରେ ଲାଗଯାଉଛି ନୂତନ ସୂଚନା ଫଳକ। ସମୁଦାୟ ୬୦ଟିସ୍ଥାନରେ ଏହି ସୂଚନା ଫଳକ ଲଗାଯିବ ବୋଲି କୁହାଯାଇଛି। ତେବେ ବିଭିନ୍ନ ସ୍ଥାନରେ ଐତିହ୍ୟ ସୂଚନା ଫଳକ ଠିକ୍ ଭାବେ ଲଗା ଯାଇ ନଥିବାରୁ ଏହାକୁ ସ୍ଥାନୀୟ ଲୋକ ବାହାର କରିଦେଇଛନ୍ତି। ସ୍ଥାନୀୟ ତୀର୍ଥେଶ୍ବର ମନ୍ଦିରଠାରେ ଲଗାଯାଇଥିବା ଐତିହ୍ୟ ସୂଚନା ଫଳକ ବାହାରି ପଡ଼ିଛି। ଠିକ୍ ଭାବେ ଯୋଡ଼େଇ ହୋଇ ନଥିବାରୁ ଏହାକୁ ସ୍ଥାନୀୟ ଲୋକ ବାହାର କରି ତୀର୍ଥେଶ୍ବର ମନ୍ଦିରରେ ରଖିଛନ୍ତି। ଠିକଣା ଭାବେ ନଲଗାଇଲେ କିଛି ଦିନ ପରେ ଏହା ନଷ୍ଟ ହେବ ବୋଲି ସ୍ଥାନୀୟ ବାସିନ୍ଦା ଗଦାଧର ଦାସ କହିଛନ୍ତି। ଏନେଇ ବିଏମ୍ସି ଏସ୍ଡିଓ ଜଗନ୍ନାଥ ପଟ୍ଟନାୟକ କୁହନ୍ତି ଏନେଇ ଅନୁଧ୍ୟାନ କରାଯାଇ ଠିକଣା ଭାବେ ଲଗାଯିବ।
ସୌନ୍ଦର୍ଯ୍ୟ ବଢ଼ାଉଛି ଐତିହ୍ୟ ସୂଚନା ଫଳକ
/sambad/media/post_attachments/wp-content/uploads/2018/11/lingaraj-suchana-falak2-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)