ମାଷ୍ଟର୍‌ କ୍ୟାଣ୍ଟିନ୍‌ରୁ ହାଇଟେକ୍‌ ମୋ’ ବସ୍‌ ବାତିଲ

ଭୁବନେଶ୍ବର: ମାଷ୍ଟର କ୍ୟାଣ୍ଟିନ୍‌ରୁ ହାଇଟେକ୍‌ ପର୍ଯ୍ୟନ୍ତ ୩୧ ନମ୍ବର ରୁଟ୍‌ରେ ଚାଲୁଥିବା ମୋ’ ବସ୍‌ ସେବାକୁ ବାତିଲ୍‌ କରିଛି କ୍ରୁଟ୍‌। ଜିଜିପି କଲୋନିରେ ରାସ୍ତା କାମ ଚାଲୁ ଥିବାରୁ ଏହି ରୁଟ୍‌ରେ ବସ୍‌ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୋ’ ବସ୍‌ ଚାଲିବ ନାହିଁ ବୋଲି କ୍ରୁଟ୍‌ ଟ୍ବିଟ୍‌ ଯୋଗେ ସୂଚନା ଦେଇଛି। ପ୍ରତ୍ୟେକ ଦିନ କର୍ମଚାରୀ ଓ ସମ୍ପୃକ୍ତ ଅଞ୍ଚଳ ବାସିନ୍ଦା ଏହି ବସ୍‌ ଉପରେ ନିର୍ଭର କରୁଥିବାରୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୋଟିଏ କି‌ଲୋମିଟର ରାସ୍ତା କାମ ପାଇଁ ଏହି ରୁଟ୍‌ରେ ଯାତାୟାତ କରୁଥିବା ଏକମାତ୍ର ବସ୍‌କୁ ବାତିଲ କରିଦେବା ଅତ୍ୟନ୍ତ ଦୁଃଖଦାୟକ ବୋଲି ଅଧିକାଂଶ ଲୋକ ମତବ୍ୟକ୍ତ କରିଛନ୍ତି। କ୍ରୁଟ୍‌ର ଟ୍ବିଟ୍‌ରେ ଆଉ ଜଣେ ଲେଖିଛନ୍ତି, ଜିଜିପି କଲୋନି ଦେଇ ମୋ’ ବସ୍‌ ଯାଉନି।

ଏଣୁ ସେଠାରେ ରାସ୍ତା କାମ ହେଲେ ମୋ’ ବସ୍‌ କାହିଁକି ପ୍ରଭାବିତ ହେବ? ମାଷ୍ଟରକ୍ୟାଣ୍ଟିନ୍‌-କଳ୍ପନା-ପାଣ୍ଡରା ଦେଇ ହାଇଟେକ୍‌କୁ ମୋ ବସ୍‌ ଚଳାଇବାକୁ କେତେକ ପରାମର୍ଶ ଦେଇଛନ୍ତି। ଏହି ରୁଟ୍‌ ଦେଇ ଚାଲିଲେ ଅଞ୍ଚଳର ଅନ୍ୟ ଯାତ୍ରୀମାନେ ମଧ୍ୟ ଉପକୃତ ହେବେ ବୋଲି ‌ଲେଖିଛନ୍ତି। ପୂର୍ବରୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳକୁ ମୋ’ ବସ୍‌ ଚଳାଇବାକୁ ଦାବି ହେଉଥିଲେ ମଧ୍ୟ କ୍ରୁଟ୍‌ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ନାହାନ୍ତି। ଏଣେ ଗୋଟିଏ କିଲୋମିଟର ରାସ୍ତା କାମ ପାଇଁ ସମ୍ପୂର୍ଣ୍ଣ ରୁଟ୍‌ରେ ବସ୍‌ ବାତିଲ କରିଦେବା ନିଷ୍ପତ୍ତିକୁ ଅନେକେ ଗ୍ରହଣ କରିପାରି ନାହାନ୍ତି।

ସମ୍ବନ୍ଧିତ ଖବର