ରାଜଧାନୀରେ ହାଇକୋର୍ଟ ମୁଖ୍ୟ ବିଚାରପତି, ତଦାରଖ କଲେ କୋର୍ଟ କମ୍ପ୍ଲେକ୍ସ ନିର୍ମାଣ

ପୁରୁଣା ଭୁବନେଶ୍ୱର : ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍‌ ମୁରଲୀଧର ଆଜି ଭୁବେନଶ୍ବର କୋର୍ଟ ନିକଟରେ ନିର୍ମାଣ ଚାଲିଥିବା ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସ ନିର୍ମାଣର ତଦାରଖ କରିଛନ୍ତି। ଏ ସଂପର୍କରେ ସେ ଭୁବନେଶ୍ୱର ଜିଲ୍ଲାଜଜ୍‌ ରାମଶଙ୍କର ହୋତା, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଜୁଡିସିଆଲ୍‌ କୋର୍ଟ କମ୍ପ୍ଲେକ୍ସ କମିଟି ଅଧ୍ୟକ୍ଷ ବି. ଆର୍ ଷଡ଼ଙ୍ଗୀ, ନିର୍ମାଣ ବିଭାଗ ଅଧିକାରୀ ଓ ଜୁଡିସିଆଲ ଅଫିସର୍‌ ପ୍ରମୁଖଙ୍କ ସହ ଆଲୋଚନା କରିଛନ୍ତି। ନିର୍ମାଣ କାର୍ଯ୍ୟ ତ୍ବରାନିତ କରି ଯଥାଶୀଘ୍ର ସାରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ମୁଖ୍ୟ ବିଚାରପତିଙ୍କ ସହ ଭୁବନେଶ୍ବର ଓକିଲ ସଂଘ ସଭାପତି ନିର୍ମଳ କିଶୋର ରଥ, ସମ୍ପାଦକ ରାଜକିଶୋର ଦାସ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା ଓ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର