କଟକ: ସଂଦୀପ ଓରଫ ରାଜା ଆଚାର୍ଯ୍ୟଙ୍କ ଜାମିନ ଆବେଦନ ଉପରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିିତ ଖଣ୍ଡପୀଠ ମାମଲାର ଶୁଣାଣି କରି ସାକ୍ଷୀମାନଙ୍କ ରେକର୍ଡ କରାଯାଇଥିବା ବୟାନର ନକଲ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଆବେଦନକାରୀଙ୍କ ବିରୋଧରେ ରହିଥିବା ବିଭିନ୍ନ ମାମଲା ସଂପର୍କରେ ମଧ୍ୟ ତଥ୍ୟ ଉପସ୍ଥାପନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୦ ମସିହାର ଅପହରଣ ଓ ଦାଦା ବଟି ଆଦାୟ ମାମଲାରେ ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟରେ ନିୟମିତ ଜାମିନ ଆବେଦନ କରିଛନ୍ତି।
ହାଇକୋର୍ଟରେ ରାଜା ଆଚାର୍ଯ୍ୟ ଜାମିନ ଶୁଣାଣି
/sambad/media/post_attachments/wp-content/uploads/2017/11/high-court-2.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp