ନୟାପଲ୍ଲୀ ଥାନାରେ ହାଇଡ୍ରାମା : ପ୍ରେମିକାକୁ ଥାନା ନିକଟରେ ଛାଡ଼ି ବିବାହିତ ପ୍ରେମିକ ଫେରାର୍‌

ଭୁବନେଶ୍ୱର : ଘରେ ଅଛନ୍ତି ନିଜର ଆସନ୍ନପ୍ରସବା ପତ୍ନୀ। ବିବାହିତ ହୋଇ ମଧ୍ୟ ଜଣେ ଅବିବାହିତ ଯୁବତୀଙ୍କୁ ସାଥୀରେ ନେଇ ଫେରାର୍‌ ହୋଇଯାଇଥିଲେ। ଏପଟେ କୁମାରୀ ଝିଅର ପରିବାର ପକ୍ଷରୁ ଥାନାରେ ଏକ ମିସିଂ କେସ୍‌ ରୁଜୁ କରାଯାଇଥିଲା। ଏହି ଖବର ପାଇବା ପରେ ଯୁବକ ଜଣଙ୍କ ଆଜି ସନ୍ଧ୍ୟାରେ ସାଥୀରେ ନେଇଯାଇଥିବା ଝିଅକୁ ଥାନା ନିକଟରେ ଛାଡ଼ି ଗାଏବ ହୋଇଯାଇଛି। ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଞ୍ଚଳରେ। ବିବାହିତ ପୁରୁଷ ଜଣଙ୍କ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଭୟରେ ଝିଅକୁ ନୟାପଲ୍ଲୀ ଥାନା ନିକଟରେ ଛାଡ଼ି ଚାଲିଯାଇଛି। ଝିଅଟିର ପରିବାର ଲୋକଙ୍କୁ ଏ ନେଇ ଖବର ଦିଆଯାଇଥିଲା। ପରେ ପୁଲିସ୍‌ ପରିବାର ଲୋକଙ୍କ ସହିତ ଝିଅକୁ ଘରାକୁ ଯିବାକୁ କହିବାରୁ ସେ ରୋକ୍‌ଠୋକ୍‌ ମନା କରିଦେଇଥିଲେ। ଏପରିକି ସେ ସର୍ଟ ଷ୍ଟେ ହୋମ୍‌କୁ ଯିବାକୁ ମନା କରିବାରୁ ପୁଲିସ ଅଡ଼ୁଆରେ ପଡ଼ିଛି। ଯଦି ଯିବି କେବଳ ସେହି ପ୍ରେମିକ ସାଥୀରେ ଯିବି ବୋଲି ଜିଦ୍‌ ଧରି ସେହି ଝିଅ ଜଣଙ୍କ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଥାନାରେ ବସିରହିଥିବା ସୂଚନା ମିଳିଛି। ଏପଟେ ପ୍ରେମିକର ଫୋନ୍‌ ସୁଇଚ୍‌ ଅଫ୍‌ ରହିଥିବାରୁ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ। ଥାନା ଅଧିକାରୀ ଝିଅଟିକୁ ବୁଝେଇ ବୁଝେଇ ନୟାନ୍ତ ହୋଇଥିବା ସୂଚନା ମିଳିଛି। ନୟାପଲ୍ଲୀ ଥାନାରେ ଏନେଇ ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର