ରାଉରକେଲା: ରାଜ୍ୟ ଉଚ୍ଚଶିକ୍ଷା ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଥମ ରାଉରକେଲା ଗସ୍ତରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ବିଜେପି ଦଳୀୟ ନେତୃବୃନ୍ଦଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ, ସାମାଜିକ ସଂଗଠନର କର୍ମକର୍ତ୍ତା ସାକ୍ଷାତ ଆଲୋଚନାକରିଥିଲେ। ଏହି କ୍ରମରେ ରାଉରକେଲା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ୍ର ପୂର୍ବତନ ସଭାପତି ରାଜେଶ ମହାପାତ୍ର, ଯୁବନେତା ଅଙ୍କୁଶ ବର୍ମା, ବୁଲୁ ପୁହାଣ, ପ୍ରକାଶ ପାଶୱାନ, ଜର୍ଜ ଆନନ୍ଦ, ବିଶ୍ବରଞ୍ଜନ ବେଉରିଆ, ସତ୍ୟ ଶର୍ମା, ଅମିତାଭ ସାମଲ, ରାଜୁ ସିଂହ, ସଂଗ୍ରାମ ମହାନ୍ତି, ଦିଲୀପ ମହନ୍ତ, ଅବିନାଶ ପ୍ରଧାନ ପ୍ରମୁଖ ରାଉରକେଲା ହାଉସ୍ରେ ମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ। ଏହାସହ ମନ୍ତ୍ରୀଙ୍କ ବୈଷ୍ଣୋଦେବୀ ମନ୍ଦିର ପରିଦର୍ଶନ ସମେତ ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ସେହିଭଳି ଧାମରା ସଂଘ କାର୍ଯ୍ୟକାରୀ କମିଟି ସଦସ୍ୟ ମନ୍ତ୍ରୀଙ୍କୁ ଭେଟିଥିଲେ। ଏହାସହ ଜାନୁଆରି ୨୪ ତାରିଖରେ ହେବାକୁଥିବା ସଂଘର ବାର୍ଷିକ ଉତ୍ସବ ଓ ମକର ମିଳନ ସମାରୋହରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ।
ଏହିଅବସରରେ ଅନୁଷ୍ଠାନର ସାଧାରଣ ସଂପାଦକ ଭଗବାନ ରାଉତ, କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର ମହାନ୍ତି, ଉପସଭାପତି ଉପେନ୍ଦ୍ର ନାୟକ, ନିତ୍ୟାନନ୍ଦ ବିଶ୍ବାଳ, ଶମ୍ଭୁନାଥ ପରିଡ଼ା ପ୍ରମୁଖ ସାମିଲଥିଲେ। ଏହାସହ ରାଉରକେଲା ବିକାଶ ମଞ୍ଚର ପ୍ରତିନିଧି ଦଳ ମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟିଆକର୍ଷଣ କରିଥିଲେ।
ବିପିୟୁଟିର ମୁଖ୍ୟ କାର୍ଯ୍ୟାଳୟ ରାଉରକେଲା ଥିବାବେଳେ ସମସ୍ତ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଭୁବନେଶ୍ବରରେ ଆୟୋଜନ କରାଯାଉଛି। କ୍ରମାଗତଭାବେ ରାଉରକେଲାକୁ ବିପିୟୁଟି ପକ୍ଷରୁ ଅଣଦେଖା କରାଯାଉଥିବାରୁ ଏନେଇ ବିହିତ ପଦକ୍ଷେପ ନେବାକୁ ନିବେଦନ କରିଥିଲେ। ଆଲୋଚନାବେଳେ ସଂଗଠନର ସଭାପତି ଡ. ସୁମନ ଦତ୍ତ, ଜଗନ୍ନାଥ ରାଉତ, ଅମୂଲ୍ୟ ଚରଣ ବରାଳ, ସୁପ୍ରତିକ ମିଶ୍ର ପ୍ରମୁଖ ଉପସ୍ଥିତଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/12/UY2R72IKQYmiGBaLDkcH.jpeg)