ଚନ୍ଦ୍ରଶେଖରପୁର: ବର୍ତର୍ମାନ ସମୟକୁ ଦେଖି ପାଠ୍ୟଖସଡ଼ାରେ ପରିବର୍ତନ ଆଣିବାକୁ ପଡ଼ିବ। ଓଡ଼ିଶାର ପିଲାମାନେ ଯେପରି ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରିବେ, ତାହାକୁ ନଜରରେ ରଖି ପ୍ରାଥମିକସ୍ତରରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ପାଠ୍ୟକ୍ରମରେ ନିୟମିତ ପରିବର୍ତନର ଆବଶ୍ୟକତା ରହିଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଦାସ ଆଜି ମଧ୍ୟ ନିଜର ଅସହାୟତା ପ୍ରକାଶ କରିଛନ୍ତି। ସେ କହିଥିଲେ, ଜାତୀୟସ୍ତରରେ ଓଡ଼ିଶାର ଛାତ୍ରଛାତ୍ରୀ ଖରାପ ପ୍ରଦର୍ଶନ କରିବା ପାଇଁ ଆମେମାନେ ଦାୟୀ। ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ଶିକ୍ଷକଙ୍କ ପର୍ଯ୍ୟନ୍ତ, ସମସ୍ତେ ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକ। ଶିକ୍ଷା ଅଧିକାରୀ ଆଇନ ଏବେ ଭୁଲ ବାଟରେ ଯାଉଛି। ଏଥିରେ ସଂଶୋଧନ କରାଯିବା ଦରକାର। ଉତ୍କଳ ବିଶ୍ୱବିଦ୍ୟାଳୟ ପାଠପଢ଼ାର ମାନ ହ୍ରାସ ହୋଇଥିବା ନେଇ ମନ୍ତ୍ରୀ ଶ୍ରୀ ଦାସ କ୍ଷୋଭ ପ୍ରକାଶ କରି କହିଲେ ପ୍ରତିବର୍ଷ ଏହି ବିଶ୍ୱବିଦ୍ୟାଳୟରୁ ୨୦ରୁ ୨୫ ଜଣ ଆଇଏଏସ୍ ବାହାରୁଥିଲେ। ମାତ୍ର ଏବେ ରାଜ୍ୟରେ ୧୨ଟି ସରକାରୀ ବିଶ୍ୱବିଦ୍ୟାଳୟ ସମେତ ୫ଟି ଘରୋଇ ବିଶବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ତଥାପି ଜାତୀୟସ୍ତରରେ ଉତ୍କଳର ମାନ ବଢ଼ି ପାରି ନାହିଁ। ଶିକ୍ଷାରେ ଉନ୍ନତି ଆଣିବାକୁ ହେଲେ ପ୍ରାଥମିକ ଶିକ୍ଷାଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ବ୍ୟାପକ ପରିବର୍ତନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ, ଉପପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା, ସଚିବ ପ୍ରଣବ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପ୍ରତିଷ୍ଠା ଦିବସ: ପାଠ୍ୟଖସଡ଼ାରେ ପରିବର୍ତନ ଲୋଡ଼ା
/sambad/media/post_attachments/wp-content/uploads/2018/09/m4-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)