ସାଢ଼େ ୭ ଘଣ୍ଟା କାର୍ଯ୍ୟାଳୟରେ ରହିବେ ଉଚ୍ଚଶିକ୍ଷା ବିଭାଗ କର୍ମଚାରୀ

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା। ଲୋକସେବା ଭବନରେ ଥିବା ଉଚ୍ଚଶିକ୍ଷା ବିଭାଗ କାର୍ଯ୍ୟାଳୟର କର୍ମଚାରୀମାନେ ପ୍ରତିଦିନ ବାୟୋମେଟ୍ରିକ ମେସିନ୍‌ରେ ଉପସ୍ଥାନ ପକାଇବେ। ଏହି ମେସିନରେ ଉପସ୍ଥାନ ପଞ୍ଜୀକରଣ ନ ହେଲେ ଅନୁପସ୍ଥିତ ବୋଲି ବିଚାର କରାଯିବ। କର୍ମଚାରୀଙ୍କୁ ପ୍ରତିଦିନ ଅତି କମ୍‌ରେ ୭ ଘଣ୍ଟା ୩୦ ମିନିଟ୍‌ କାର୍ଯ୍ୟାଳୟରେ ରହିବା ଲାଗି ବାଧ୍ୟତାମୂଳକ କରାଯାଇଛି। ଯଦି ଜଣେ କର୍ମଚାରୀ ପୂର୍ବାହ୍ନ ୧୦ଟା ୩୦‌ରେ ଅଫିସ୍‌ରେ ପ୍ରବେଶ କରନ୍ତି, ତେବେ ସେ ସନ୍ଧ୍ୟା ୬ଟା ସୁଦ୍ଧା କାର୍ଯ୍ୟାଳୟ ଛାଡ଼ିପାରିବେ ନାହିଁ। ପୂର୍ବାହ୍ନ ୧୦ଟା ୩୦ ପରେ ଓ ୧୧ଟା ପୂର୍ବରୁ ଉପସ୍ଥାନ ଦେଲେ ବିଳମ୍ବ ବୋଲି ବିଚାର କରାଯିବ। ଏମିତି ହେଲେ ସଂପୃକ୍ତ କର୍ମଚାରୀ କାଜୁଆଲ୍ ଲିଭ୍ ପାଇଁ ଆବେଦନ କରିବେ। ଏଭଳି ତ୍ରୁଟି ମାସକୁ ୩ ଦିନ ଯାଏ ଗ୍ରହଣୀୟ ହେବ। ତା’ ପରେ ହେଲେ ଅନୁପସ୍ଥିତ ଭାବେ ବିଚାର କରାଯିବ। ଦିନ ୧୧ଟା ପରେ ଉପସ୍ଥାନ ପଡ଼ିଲେ ଛୁଟି ବିବେଚନା କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର